ଭୁବନେଶ୍ବର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା IFS ଅଫିସର ଅଭୟକାନ୍ତ ପାଠକଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ରିମାଣ୍ଡ ଶେଷ ପରେ ତାଙ୍କୁ କମିଶନରେଟ ପୋଲିସ କୋର୍ଟରେ ହାଜର କରିଥିଲା । ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି ।
ସ୍କାଏ କିଙ୍ଗ 65ଲକ୍ଷ ଠକେଇର ଗୁମର ଖୋଲିବା ପାଇଁ ତାଙ୍କୁ କମିଶନରେଟ ପୋଲିସ ରିମାଣ୍ଡରେ ନେଇଥିଲା । ପୁଅକୁ ଟାଟା ଏମଡି କହି ସ୍କାଏ କିଙ୍ଗ ସହ ପରିଚୟ କରାଇଥିଲେ ଅଭୟ । ସେ ନିଜେ ଏହି ଡିଲ ପାଇଁ ଚାର୍ଟାଡ଼ ଫ୍ଲାଇଟର ବୁକିଂ ଓ ଟ୍ରାଭେଲିଂ ପାଇଁ ସମସ୍ତ କାରବାରର ମଧ୍ୟସ୍ଥି ସାଜିଥିଲେ । ଏଥିପାଇଁ ସ୍କାଏକିଙ୍ଗ ଅଫିସିଆଲଙ୍କୁ ଘରକୁ ଡ଼କାଇ ଡିଲ କରିଥିବା ସୁରାକ ପାଇଥିଲା ପୋଲିସ । ଯେଉଁଥିପାଇଁ ଅଭୟଙ୍କୁ ଅଧିକ ପଚରାଉଚରା କରିବାକୁ ରିମାଣ୍ଡରେ ନେଇଥିଲା କମିଶନରେଟ ପୋଲିସ ।