ଓଡିଶା

odisha

ପାଠକ ବାପା ପୁଅଙ୍କ ଜାମିନ ଆବେଦନ ଶୁଣାଣି ଶେଷ, କୋର୍ଟରେ ରାୟ ସଂରକ୍ଷିତ

By

Published : Dec 23, 2020, 8:30 PM IST

ଶେଷ ହେଲା IFS ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କର ଜାମିନ ଶୁଣାଣି । ଭୁବନେଶ୍ବର ଏଡିଜେ କୋର୍ଟରେ ଦୁହିଁଙ୍କ ଜାମିନ ନେଇ ଶୁଣାଣି ଚାଲିଥିଲା। ତେବେ ଦୁହିଁଙ୍କ ଜାମିନକୁ ନେଇ କୋର୍ଟ ରାୟ ସଂରକ୍ଷିତ ରଖିଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

abhaya pathak bail application hearing is over, the verdict is reserved in court
ପାଠକ ବାପା ପୁଅଙ୍କ ଜାମିନ ଆବେଦନ ଶୁଣାଣି ଶେଷ, କୋର୍ଟରେ ରାୟ ସଂରକ୍ଷିତ

ଭୁବନେଶ୍ବର:ଶେଷ ହେଲା IFS ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କର ଜାମିନ ଶୁଣାଣି। ଭୁବନେଶ୍ବର ଏଡିଜେ କୋର୍ଟରେ ଦୁହିଁଙ୍କ ଜାମିନ ନେଇ ଶୁଣାଣି ଚାଲିଥିଲା। ତେବେ ଦୁହିଁଙ୍କ ଜାମିନକୁ ନେଇ କୋର୍ଟ ରାୟ ସଂରକ୍ଷିତ ରଖିଥିବା ସୂଚନା ମିଳିଛି।

ଦୁହିଁଙ୍କ ଜାମିନ ପାଇଁ ଆବେଦନ କରିଥିଲେ ଅଭୟକାନ୍ତ ପାଠକଙ୍କ ଓକିଲ। ବର୍ତ୍ତମାନ ଝାରପଡ଼ା ଜେଲରେ ପୁଅ ଆକାଶ ପାଠକ ଥିବା ବେଳେ ବାପା ଅଭୟ ପାଠକ ପୋଲିସ ରିମାଣ୍ଡରେ କମିଶନରେଟ ପୋଲିସ ହେପାଜତରେ ଅଛନ୍ତି। ଏହାପୂର୍ବରୁ ସ୍କାଏକିଙ୍ଗ ଟଙ୍କା ଠକେଇ ମାମଲାରେ କମିଶନରେଟ ବୋଲି ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଥିଲା। ତାଙ୍କଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ନେଇ ସୂଚନା ଦେଇଥିଲେ ଭୁବନେଶ୍ବର ଡିସିପି ।

ଅଭୟକାନ୍ତ ପାଠକଙ୍କୁ ଆୟବହିର୍ଭୁତ ସମ୍ପତି ମାମଲାରେ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା। ପରେ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ନାମରେ କ୍ରାଇମବ୍ରାଞ୍ଚରେ ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା। ଚାକିରୀ ଦେବା ନାଁରେ ଆକାଶ ଲୋକଙ୍କଠାରୁ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ୧୪ ଦିନିଆ ବିଚାରବିଭାଗୀୟ ହାଜତ ସମୟ ଶେଷ ପରେ କୋର୍ଟରେ ହାଜର ହୋଇପାରନ୍ତି ଆକାଶ ପାଠକ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details