ଓଡିଶା

odisha

ETV Bharat / city

ଦିଲ୍ଲୀ ଭଳି ଓଡିଶାରେ ମଧ୍ୟ ବିଦ୍ୟୁତ ବ୍ୟବସ୍ଥା କରାଯାଉ: ଆମ ଆଦମୀ ପାର୍ଟି - ଆପ ଆନ୍ଦୋଳନ ଧମକ

ବିଦ୍ୟୁତ୍ ଉପଭୋକ୍ତାଙ୍କ ଶୋଷଣ ବିରୁଦ୍ଧରେ ଆମ୍ ଆଦମୀ ପାର୍ଟି ଖୁବଶୀଘ୍ର ପୁଣି ଥରେ ତା'ର ଆନ୍ଦୋଳନ ଆରମ୍ଭ କରିବ ବୋଲି ପାର୍ଟି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି । ଅଧିକ ପଢନ୍ତୁ...

ଦିଲ୍ଲୀ ଭଳି ଓଡିଶାରେ ମଧ୍ୟ ବିଦ୍ୟୁତ ବ୍ୟବସ୍ଥା କରାଯାଉ: ଆମ ଆଦମି ପାର୍ଟି
ଦିଲ୍ଲୀ ଭଳି ଓଡିଶାରେ ମଧ୍ୟ ବିଦ୍ୟୁତ ବ୍ୟବସ୍ଥା କରାଯାଉ: ଆମ ଆଦମି ପାର୍ଟି

By

Published : Aug 30, 2021, 3:46 PM IST

Updated : Aug 30, 2021, 6:29 PM IST

ଭୁବନେଶ୍ବର: ବିଦ୍ୟୁତ୍ ଦର ବୃଦ୍ଧି, ଘନ ଘନ ବିଜୁଳି କାଟ, ଟାଟା କମ୍ପାନୀ ଦ୍ବାରା ଜାଣିଶୁଣି ବିଳମ୍ବିତ ମିଟର ରିଡ଼ିଙ୍ଗ ଦ୍ବାରା ବିଦ୍ୟୁତ୍ ଉପଭୋକ୍ତାଙ୍କ ଶୋଷଣ ବିରୁଦ୍ଧରେ ଆମ୍ ଆଦମୀ ପାର୍ଟି ଖୁବଶୀଘ୍ର ପୁଣି ଥରେ ତା'ର ଆନ୍ଦୋଳନ ଆରମ୍ଭ କରିବ ବୋଲି ପାର୍ଟି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି । ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ସମସ୍ତ ଉପଭୋକ୍ତା ପରିବାରକୁ ଦେୟମୁକ୍ତ ବିଜୁଳି ଯୋଗାଇ ଦେବାକୁ ପାର୍ଟି ତାହାର ଦାବିକୁ ପୁଣି ଥରେ ଦୋହରାଇଛି ।

ଦିଲ୍ଲୀ ଭଳି ଓଡିଶାରେ ମଧ୍ୟ ବିଦ୍ୟୁତ ବ୍ୟବସ୍ଥା କରାଯାଉ: ଆମ ଆଦମୀ ପାର୍ଟି

ଗତ ଏପ୍ରିଲ ମାସରେ ଆପ ଓଡ଼ିଶା ସଂଯୋଜକ ନିଶିକାନ୍ତ ମହାପାତ୍ର ଏହି ଦାବିରେ ୧୦ ଦିନ ଅନଶନ କରିଥିଲେ ମଧ୍ୟ ସରକାର ଏହାକୁ ଶୁଣି ନଥିଲେ । ଇତି ମଧ୍ୟରେ ଟାଟା କର୍ତ୍ତୃପକ୍ଷ ଦ୍ଵାରା ଚଞ୍ଚକତା କରି ବିଲ୍ ପ୍ରଦାନ କରି ଗ୍ରାହକମାନଙ୍କୁ ଠକୁଥିବା ନେଇ ରାଜ୍ୟବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିବାବେଳେ ସରକାରଙ୍କର କୌଣସି ମନ୍ତ୍ରୀ କିମ୍ବା ନେତା ଏ ସମସ୍ୟା ବିଷୟରେ ଚୁପ ରହିବାକୁ ଶ୍ରେୟସ୍କର ମଣିଛନ୍ତି ।

ଏହା ସହିତ ଘନ ଘନ ବିଜୁଳି କାଟ ରାଜ୍ୟବାସୀଙ୍କ ପ୍ରବଳ ଅସନ୍ତୋଷର କାରଣ ହୋଇଛି । ଇତିମଧ୍ୟରେ ରାଜ୍ୟ ସରକାର ପୁରୀରୁ ‘ସୁଜଳ’ ଯୋଜନା ଅନ୍ତର୍ଗତ ‘‘ଡ୍ରିଙ୍କ ଫ୍ରମ୍ ଟାପ୍’’ ଆରମ୍ଭ କରି ସବୁଆଡ଼େ ଡିଣ୍ଡିମ ପିଟୁଥିବା ବେଳେ ପୁରୀର ଜନସାଧାରଣ ବର୍ଦ୍ଧିତ ପାନୀୟ ଜଳ ବିଲ୍ ପାଇବା ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟ ବିଜୁଳି ବିଷୟରେ କେବଳ ଗୋଟିଏ ସାଙ୍କେତିକ ବିରୋଧ କରିବା ସହିତ ପାଣି ବିଷୟରେ ନୀରବତା ଅବଲମ୍ବନ କରି ସରକାରଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆମ ଆଦମୀ ପାର୍ଟିମାନେ ବ୍ଲକସ୍ତରୀୟ ବିରୋଧ ଅଭିଯାନ ଚଳାଇଛନ୍ତି ।

ଓଡ଼ିଶା ଆମ୍ ଆଦମୀ ପାର୍ଟି ଦାବି କରୁଛି ଦିଲ୍ଲୀ ସରକାରଙ୍କ ଭଳି ଓଡିଶା ସରକାର ମଧ୍ୟ ସମସ୍ତଙ୍କୁ ମାସିକ ୨୦ ହଜାର ଲିଟର ପର୍ଯ୍ୟନ୍ତ ମାଗଣା ପିଇବା ପାଣି ଯୋଗାଇ ଦିଅନ୍ତୁ । ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସମ୍ପାଦକ ସୌମ୍ୟରଞ୍ଜନ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ଜଣାଇଛନ୍ତି ରାଜ୍ୟ ପ୍ରବକ୍ତା ରଙ୍ଗା ଚରଣ ପ୍ରଧାନ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Aug 30, 2021, 6:29 PM IST

ABOUT THE AUTHOR

...view details