ଭୁବନେଶ୍ବର: ଦରଦାମ ବୃଦ୍ଧି ପ୍ରତ୍ୟାହାର ଦାବିକୁ ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ପ୍ରତିବାଦ ଦିବସ ପାଳନ ହୋଇଛି । ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ସେପଟେ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମୂଲ୍ୟବୃଦ୍ଧି ଉପରେ ନିୟନ୍ତ୍ରଣ କରିବାକୁ ଆହ୍ଵାନ କରିଥିଲା ଦଳ ।
ଦରଦାମ ବୃଦ୍ଧି ପ୍ରତ୍ୟାହାର ଦାବିରେ ପ୍ରତିବାଦ ଦିବସ ପାଳିଲା AAP - ପ୍ରତିବାଦ ଦିବସ
ଦରଦାମ ବୃଦ୍ଧି ପ୍ରତ୍ୟାହାର ଦାବିରେ ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ ଦିବସ ପାଳିଛି ଆମ ଆଦମୀ ପାର୍ଟି । ଅଧିକ ପଢନ୍ତୁ...
ଦରଦାମ ବୃଦ୍ଧି ପ୍ରତ୍ୟାହାର ଦାବି: ପ୍ରତିବାଦ ଦିବସ ପାଳିଲା AAP
ଆଜି(ମଙ୍ଗଳବାର) ମୂଲ୍ୟବୃଦ୍ଧି ବିରୁଦ୍ଧରେ ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । କିନ୍ତୁ ଏହା ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ମାମୁଲି ଟିକସ ହ୍ରାସ କରାଯିବା ସତ୍ତ୍ବେ ଏବେ ବି 100 ଟଙ୍କା ଉପରେ ରହିଛି । ତୁରନ୍ତ ସରକାର ଏହାର ପୁନଃବିଚାର କରନ୍ତୁ ଏବଂ ରାଜ୍ୟରେ ତୁରନ୍ତ 200 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣା ଦିଆଯାଉ । ଏହି ସବୁ ଦାବି ନେଇ ଆଜି ମାଷ୍ଟର କ୍ୟାଣ୍ଟିନ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଆମ ଆଦମୀ ପାର୍ଟି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ