ଓଡିଶା

odisha

ETV Bharat / city

ଦରଦାମ ବୃଦ୍ଧି ବିରୁଦ୍ଧରେ ଆମ ଆଦମୀ ପାର୍ଟିର ପ୍ରତିବାଦ - ଦରଦାମ ବୃଦ୍ଧି ବିରୁଦ୍ଧରେ ଆମ ଆଦମୀ ପାର୍ଟିର ପ୍ରତିବାଦ

ରାଜଧାନୀ ଲୋୟର ପିଏମଜିରେ ଦରଦାମ ବୃଦ୍ଧି ବିରୁଦ୍ଧରେ ଆମ ଆଦମୀ ପାର୍ଟିର ପ୍ରତିବାଦ । ବର୍ଦ୍ଧିତ ଦରକୁ ହ୍ରାସ କରିବା ପାଇଁ ହେଲା ଦାବି । ଅଧିକ ପଢନ୍ତୁ

ଦରଦାମ ବୃଦ୍ଧି ବିରୁଦ୍ଧରେ ଆମ ଆଦମୀ ପାର୍ଟିର ପ୍ରତିବାଦ
ଦରଦାମ ବୃଦ୍ଧି ବିରୁଦ୍ଧରେ ଆମ ଆଦମୀ ପାର୍ଟିର ପ୍ରତିବାଦ

By

Published : May 24, 2022, 9:22 PM IST

ଭୁବନେଶ୍ବର:ଲୋୟର ପିଏମଜିରେ ଦରଦାମ ବୃଦ୍ଧି ବିରୁଦ୍ଧରେ ଆମ ଆଦମୀ ପାର୍ଟିର ପ୍ରତିବାଦ । ଗ୍ୟାସ ଦର ପେଟ୍ରୋଲ, ଡିଜେଲ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ଆକାଶ ଛୁଆଁ ହୋଇଛି । ଫଳରେ ସାଧାରଣ ଜନତାଙ୍କର ଦୈନନ୍ଦିନ ଜୀବନ ଦରଦାମ ବୃଦ୍ଧି ଯୋଗୁଁ ଅତିଷ୍ଠ ହୋଇଯାଇଥିବା ଦଳ ଅଭିଯୋଗ କରିଛି ।

ଦରଦାମ ବୃଦ୍ଧି ବିରୁଦ୍ଧରେ ଆମ ଆଦମୀ ପାର୍ଟିର ପ୍ରତିବାଦ

ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ୫୦ ପଇସା ହୋଇଥିବାବେଳେ ଡିଜେଲ ଦର ୧୦୨ ଟଙ୍କା ୨୪ ପଇସାରେ ପହଞ୍ଚିଛି । ଖାଇବା ତେଲ, ପନିପରିବା, ଗ୍ରୋସରୀ ଏବଂ ବସ ଓ ଟ୍ରେନରେ ଭଡା ମଧ୍ୟ ଅତ୍ୟଧିକ ବୃଦ୍ଧି ପାଇଛି । ରାଜ୍ୟର ନବୀନ ସରକାର ଟାଟା କମ୍ପାନୀ ସହିତ ମିଶି ଲୋକଙ୍କ ଉପରେ ବିଜୁଳି ଅତ୍ୟାଚାର ଜାରି ରଖିଛନ୍ତି । ବର୍ଦ୍ଧିତ ବିଲ, ବିଜୁଳି କାଟରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । କୋରୋନା ଯୋଗୁଁ ରୋଜଗାର ହ୍ରାସ ପାଇଥିବାବେଳେ ମୋଦି ଏବଂ ନବୀନଙ୍କର ଜନ ବିରୋଧୀ ନୀତି ଲୋକଙ୍କର ଜୀବନ ଜୀବିକା ଉପରେ ଭୀଷଣ ପ୍ରଭାବ ପକାଇଛି ବୋଲି ଦଳ ଅଭିଯୋଗ କରିଛି ।

ସାଧାରଣ ଜନତାଙ୍କର ଦୈନନ୍ଦିନ ଜୀବନ ଦରଦାମ ବୃଦ୍ଧି ଯୋଗୁଁ ଅତିଷ୍ଠ ହୋଇପଡ଼ିଛି । ଏଣୁ ସାଧାରଣ ଲୋକଙ୍କ ଅଧିକାରକୁ ନେଇ ଗାନ୍ଧୀ ମାର୍ଗରେ ଗର୍ଜିଛି ଆପ୍‌ । ଦଳ ଖୋର୍ଦ୍ଧା ଏବଂ ଭୁବନେଶ୍ବରର କାର୍ଯ୍ୟକର୍ତ୍ତା ମାନେ ଏନେଇ ପ୍ରତିବାଦରେ ବସିଥିବା ବେଳେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବି ଜଣାଇବା ସହିତ ବର୍ଦ୍ଧିତ ଗ୍ୟାସ, ପେଟ୍ରୋଲ, ଡିଜେଲ ଏବଂ ବିଦ୍ୟୁତ ଦରକୁ ହ୍ରାସ କରିବା ପାଇଁ ଦାବି ଜଣାଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details