ଓଡିଶା

odisha

By

Published : Feb 12, 2020, 7:25 AM IST

ETV Bharat / city

ଦଳର ସଫଳତା ପରେ ଆପ୍‌ର ସାମ୍ବାଦିକ ସମ୍ମିଳନୀ

ଦିଲ୍ଲୀରେ ଆମ ଆଦମୀ ପାର୍ଟି(ଆପ୍‌)ର ବିପୁଳ ବିଜୟ ପରେ ରାଜ୍ୟରେ ଦଳୀୟ କର୍ମୀ ଓ ନେତା ଉତ୍ସାହିତ ହୋଇ ଉଠିଛନ୍ତି । ଏନେଇ ଓଡିଶା ଆପ୍ କାର୍ଯ୍ୟାଳୟରେ ନିଶିକାନ୍ତ ମିଶ୍ର ଏକ ପ୍ରେସମିଟ୍ କରିଛନ୍ତି। ଅଧିକ ଖବର ପଢନ୍ତୁ...

_press meet
ଆପର ସଫଳତା ପରେ ଭୁବନେଶ୍ବର ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ୍‌)ର ବିପୁଳ ବିଜୟ ପରେ ରାଜ୍ୟରେ ଦଳୀୟ କର୍ମୀ ଓ ନେତା ଉତ୍ସାହିତ ହୋଇ ଉଠିଛନ୍ତି । ଏହି ନିର୍ବାଚନରେ ଦଳର ସଫଳତା ପରେ ରାଜ୍ୟ ଆପ୍‌ ଶିବିରରେ ଆନନ୍ଦ ଉଲ୍ଲାସର ମାହୋଲ ଦେଖିବାକୁ ମିଳିଛି ।

ଆପର ସଫଳତା ପରେ ଭୁବନେଶ୍ବର ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ

ସାରା ଦେଶରେ ଦିଲ୍ଲୀ ମଡେଲ ଅନ୍ୟ ରାଜ୍ୟ ଜାଣିବା କଥା । ଦିଲ୍ଲୀରେ ଯେଭଳି ଭାବରେ ପାଣି,ବିଜୁଳି ଏବଂ ଶିକ୍ଷାର ଗୁଣାତ୍ମକ ମଡେଲ କେଜ୍ରିୱାଲ ସରକାର ଦେଇଛନ୍ତି, ତାହା ସମଗ୍ର ଦେଶ ପାଇଁ ଉଦାହରଣ । ଏହା ସହ ନିର୍ବାଚନ ଫଳାଫଳ ବାହାରିବା ପରେ ବିଜେପିର ଅହଂକାର ଏବଂ ଅର୍ଥ ଫିକା ପଡିଛି ବୋଲି ଆପ୍‌ ପକ୍ଷରୁ କୁହାଯାଇଛି । ଜାତୀୟ ସ୍ତରରେ ଜିଡିପି ୫ ଥିବାବେଳେ ଦିଲ୍ଲୀରେ ୮ ରହିଛି ବୋଲି ମଙ୍ଗଳବାର ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆପ୍‌ର ରାଜ୍ୟ ସଭାପତି ନିଶିକାନ୍ତ ମିଶ୍ର । ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details