ଓଡିଶା

odisha

ETV Bharat / city

୨୭ ରେ ଓଡ଼ିଶା ଆସିବେ AAP ପ୍ରଭାରୀ ସଞ୍ଜୟ ସିଂହ - ସଞ୍ଜୟ ସିଂହ

୨୭ରେ ୨ ଦିନିଆ ଓଡିଶା ଗସ୍ତରେ ଆସିବେ ଆପ ପ୍ରଭାରୀ ତଥା ଦଳର ରାଜ୍ୟସଭା ସାଂସଦ ସଂଞ୍ଜୟ ସିଂ । ଏକାଧିକ ବୈଠକରେ ଦଳୀୟ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା । ଅଧିକ ପଢନ୍ତୁ...

୨୭ରେ ଓଡ଼ିଶା ଆସିବେ AAP ପ୍ରଭାରୀ ସଞ୍ଜୟ ସିଂହ
୨୭ରେ ଓଡ଼ିଶା ଆସିବେ AAP ପ୍ରଭାରୀ ସଞ୍ଜୟ ସିଂହ

By

Published : Oct 24, 2021, 5:01 PM IST

ଭୁବନେଶ୍ବର:ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦଳର ଓଡିଶା ପ୍ରଭାରୀ ସଞ୍ଜୟ ସିଂହ ଅକ୍ଟୋବର ୨୭ ଏବଂ ୨୮ ଦୁଇଦିନ ଓଡ଼ିଶା ଗସ୍ତରେ ଆସିବେ । ୨୭ ତାରିଖ ଦିନ ଭୁବନେଶ୍ବରର ଲୋହିଆ ଏକାଡେମୀରେ ଦଳର ନେତୃମଣ୍ଡଳୀଙ୍କ ସହ ଆଗାମୀ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ବୈଠକ କରିବେ । ଏହା ସହିତ ଓଡ଼ିଶାରେ ଦେୟମୁକ୍ତ ବିଜୁଳି, ପାଣି, ଶିକ୍ଷା, ସ୍ବାସ୍ଥ୍ୟ ତଥା ରୋଜଗାରଜନିତ ଆନ୍ଦୋଳନକୁ ମଜବୁତ କରିବା ପାଇଁ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

୨୭ରେ ଓଡ଼ିଶା ଆସିବେ AAP ପ୍ରଭାରୀ ସଞ୍ଜୟ ସିଂହ

ସେହିପରି ସଞ୍ଜୟ ସିଂ ୨୮ ତାରିଖ ଦିନ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦର୍ଶନ କରିବା ସହିତ ଜିଲ୍ଲା କାର୍ଯ୍ୟକର୍ତାଙ୍କ ସହିତ ବୈଠକରେ ଯୋଗ ଦେବେ । ସଞ୍ଜୟ ସିଂହଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ରାଜ୍ୟର କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ଦିନରେ ବିଜେଡି, ବିଜେପି ଏବଂ କଂଗ୍ରେସ ପାର୍ଟିର ରାଜନୀତି ବିରୋଧରେ ଏକ ବିକଳ୍ପ ରାଜନୀତି ତିଆରି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ ବୋଲି ଦଳ ତରଫରୁ ଆଶା ରଖାଯାଇଅଛି ।

ଓଡ଼ିଶା ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସଞ୍ଜୟ ସିଂଙ୍କର ଗ୍ରସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦେବା ସହିତ ଆଗାମୀ ଦିନରେ ଓଡ଼ିଶାରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରକୁ ମୁକ୍ତ ବିଜୁଳି ଯୋଗାଇବା ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଘୋଷଣା କରିଛି ଦଳ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details