ଭୁବନେଶ୍ବର:ଆମ ଆଦମୀ ପାର୍ଟି (AAP) ଓଡ଼ିଶାର ନବ ନିଯୁକ୍ତ ପ୍ରଭାରୀ ବିରେନ୍ଦ୍ର ସିଂହ କାଦିଆନ 4 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତାକାଲି ଅପରାହ୍ନରେ ସେ ଭୁବନେଶ୍ୱରରେ ପହଞ୍ଚିବେ । ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଦଳର ସ୍ଥିତି ପରଖିବା ସହ ରହଣି ଅବଧି ମଧ୍ୟରେ ସେ ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଓଡିଶାର ପୁର୍ବତନ ପ୍ରଭାରୀ ସଞ୍ଜୟ ସିଂହଙ୍କ ପରେ ନୂତନ ରାଜ୍ୟ ପ୍ରଭାରୀ ଭାବେ ବିରେନ୍ଦ୍ର ସିଂହଙ୍କର ଗସ୍ତ ଅତ୍ୟନ୍ତ ଗୁରୁତ୍ଵ ବହନ କରୁଛି । ରାଜ୍ୟରେ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ଦଳୀୟ କର୍ମୀଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ ରହିଛି । ସେହିପରି 18 ତାରିଖରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦବୋଧନ ଦେବେ ।