ଓଡିଶା

odisha

By

Published : Apr 7, 2021, 4:08 PM IST

ETV Bharat / city

ମାସିକ 200 ୟୁନିଟ ମାଗଣାରେ ବିଜୁଳି ବିଲ ଦାବିରେ ଆପ୍‌ର ଧାରଣା

ମାସିକ 200 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ବିଜୁଳି ଯୋଗାଇବାକୁ ଦାବି କରିଛି ଆପ୍ । ଅଧିକ ପଢନ୍ତୁ...

ବିଜୁଳି ବିଲକୁ ନେଇ ମାଷ୍ଟର କ୍ୟାଣ୍ଟିନରେ ଧାରଣା ଦେଇଛି ଆପ୍
ବିଜୁଳି ବିଲକୁ ନେଇ ମାଷ୍ଟର କ୍ୟାଣ୍ଟିନରେ ଧାରଣା ଦେଇଛି ଆପ୍

ଭୁବନେଶ୍ବର: ମାସିକ 200 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ବିଜୁଳି ଯୋଗାଇବା ଦାବିରେ ଆଜି (ବୁଧବାର) ମାଷ୍ଟର କ୍ୟାଣ୍ଟିନ୍ ଠାରେ ଧାରଣା ଦେଇଛି ଆମ ଆଦମି ପାର୍ଟି ।

ବିଜୁଳି ବିଲକୁ ନେଇ ମାଷ୍ଟର କ୍ୟାଣ୍ଟିନରେ ଧାରଣା ଦେଇଛି ଆପ୍
ଦିଲ୍ଲୀରେ ଆପ୍ ସରକାର ମାସିକ 200 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ବିଜୁଳି ଯୋଗାଇ ଦେଉଛନ୍ତି l କଂଗ୍ରେସ ଆସାମର କ୍ଷମତାକୁ ଆସିଲେ 200 ୟୁନିଟ୍ ବିଜୁଳି ଓ ବିଜେପି ତେଲେଙ୍ଗାନାରେ 100 ୟୁନିଟ୍ ବିଜୁଳି ପ୍ରତ୍ୟେକ ପରିବାରକୁ ଦେବା ପାଇଁ ଘୋଷଣା କରିଛନ୍ତି l ମାତ୍ର ଓଡ଼ିଶା ଯେଉଁ ଠାରେ ବିଜୁଳିର ବଳକା ଉତ୍ପାଦନ ହେଉଛି ଏବଂ ବାହାର ରାଜ୍ୟକୁ ପଠାଯାଉଛି l

ଆପ୍ ଓଡ଼ିଶା ଏହି ବିଜୁଳି କମ୍ପାନୀଙ୍କ ଲୁଟର ଦୃଢ଼ ବିରୋଧ କରୁଛି l ରାଜ୍ୟ ସରକାରଙ୍କ ବିଜୁଳି ଉପଭୋକ୍ତା ମାରଣା ନୀତିରେ ପ୍ରତିବାଦ କରୁଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details