ଭୁବନେଶ୍ବର:ଦିଲ୍ଲୀ ଓ ପଞ୍ଜାବ ଦଖଲ ପରେ ଓଡିଶା ଉପରେ ଫୋକସ ରଖିଛି ଆମ ଆଦମି ପାର୍ଟି (ଆପ୍) । ଏ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ଦଳ । ରାଜ୍ୟରେ ମଜବୁତ ସ୍ଥିତି ପାଇଁ ଆଜି (ରବିବାର) ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ କରିବ AAP । କାର୍ଯ୍ୟକ୍ରମରେ ଦଳ ଓଡିଶା ପ୍ରଭାରୀ ବିରେନ୍ଦ୍ର ସିଂହ କାଦିଆନ କାର୍ଯ୍ୟକ୍ରମରେ ଯୋଗ ଦେବେ । 30 ଜିଲ୍ଲାରୁ ପ୍ରାୟ 12ଶହ କର୍ମୀ ଯୋଗ ଦେବେ । ଚନ୍ଦ୍ରଶେଖରପୁର ବିଏମସି କଲ୍ୟାଣମଣ୍ଡପରେ ଏହି ସମ୍ମିଳନୀ ଆୟୋଜିତ ହେବ। ସମ୍ମିଳନୀରେ ଓଡିଶା ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ଦଳ ଓଡିଶା ଆବାହକ ନିଶିକାନ୍ତ ମିଶ୍ର ।
ରାଜ୍ୟର ସମସ୍ତ ଜିଲ୍ଲାର ନେତା କର୍ମୀ ଓ ସଂଗଠକ ଏହା କାର୍ଯ୍ୟକ୍ରମରେ ଯୋଗଦେବେ । ଯେଉଁଭଳି ଭାବେ ବିଜୁ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାରର ରାଜନୀତି ଉପରେ ଆମ ଆଦମୀ ପାର୍ଟିର ଗୁରୁତ୍ବ ଦିଏ ସେଭଳି ରାଜନୀତି ଓଡିଶା ପାଇଁ ଆବଶ୍ୟକ । କାରଣ ଏଠି ସବୁକିଛି ବିପର୍ଯ୍ୟସ୍ତ। ରାଜନୈତିକ ଦୃଷ୍ଟିକୋଣରୁ ଧିରେ ଧିରେ ଓଡିଶାରେ ଦଳକୁ ସମର୍ଥନ ମିଳୁଛି । ତେଣୁ ରାଜ୍ୟରେ ଏକ ବିକଳ୍ପ ରାଜନୈତିକ ମଜଭୁତ ପାଇଁ ଏହି କର୍ମୀ ସମ୍ମିଳନୀର ଆବଶ୍ୟକ ରହିଥିବା କହିଛନ୍ତି ଦଳର ରାଜ୍ୟ ଆବାହକ ନିଶିକାନ୍ତ ମିଶ୍ର ।