ଓଡିଶା

odisha

By

Published : Aug 27, 2022, 2:21 PM IST

Updated : Aug 27, 2022, 3:04 PM IST

ETV Bharat / city

ଓଡିଶାରେ ବିଜେଡିକୁ ପଛରେ ପକାଇଲା AAP

ବିଜେଡି ଉପରେ ଭାରି ପଡୁଛି ଆମ୍ ଆଦମୀ ପାର୍ଟି । ସୋସିଆଲ ମିଡିଆରେ ଏବେ ନବୀନଙ୍କ ବିଜେଡିକୁ ପଛରେ ପକାଇ ଅଧିକ ଲୋକପ୍ରିୟତା ହାସଲ କରିଛି ଦଳ । ଅଧିକ ପଢନ୍ତୁ

ଓଡିଶାରେ ବିଜେଡିକୁ ପଛରେ ପକାଇଲା AAP
ଓଡିଶାରେ ବିଜେଡିକୁ ପଛରେ ପକାଇଲା AAP

ଭୁବନେଶ୍ବର: ଓଡିଶାରେ ବିଜେଡିର ବିକଳ୍ପ ହେବ କି ଆପ୍ ? ଲମ୍ବା ସମୟ ଧରି ଶାସନ କରୁଥିବା ବିଜେଡିକୁ ମାତ୍ ଦେଇ ଓଡିଶା ଦଖଲ କରିବ କି ? କାରଣ ଏବେ ଓଡିଶାରେ କେଜ୍ରିୱାଲଙ୍କ କ୍ରେଜ୍ ବଢିବାରେ ଲାଗିଛି । ରାଜ୍ୟରେ ଆମ୍ ଆଦମୀ ପାର୍ଟିର (Aam Aadmi Party) ଲୋକପ୍ରିୟତା ଏବେ ବିଜୁ ଜନତା ଦଳ ଉପରେ ଭାରି ପଡୁଥିବାର ଦେଖାଯାଉଛି । ସୋସିଆଲ ମିଡିଆରେ ବିଜେଡି ଅପେକ୍ଷା ଆପ୍‌କୁ ଓଡିଶା ଲୋକେ ଅଧିକ ପସନ୍ଦ କରୁଛନ୍ତି । ବିଜେଡିର ଫେସବୁକ ପେଜ୍‌ରେ ୨ ଲକ୍ଷ ୪ ହଜାର ଫଲୋର୍ସ ଥିବାବେଳେ ଓଡିଶା ଆମ ଆଦମୀ ପାର୍ଟିର ପେଜ୍‌ରେ ବିଜେଡି ଠାରୁ ଏକ ହଜାର ଅଧିକ ଫଲୋର୍ସ ରହିଛନ୍ତି ।

ଓଡିଶାରେ ବିଜେଡିକୁ ପଛରେ ପକାଇଲା AAP

ଆପ୍‌ର ମୋଟ ଫଲୋର୍ସ ସଂଖ୍ୟା ୨ ଲକ୍ଷ ୫ ହଜାର ରହିଛି । ଏହାର ଏକ ଫଟୋ ଆପ୍‌ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର(Nishikanta Mohapatra) ଟ୍ବିଟରରେ ସେୟାର କରିଛନ୍ତି । ଏହାସହିତ ଓଡିଶା ଜନସାଧାରଣଙ୍କ ମଧ୍ୟରେ ଆପ୍‌ର ସର୍ବାଧିକ ଲୋକପ୍ରିୟତା ପାଇଁ ଆପ୍‌ ନେତା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡିଶା ଆପ୍‌ ମୁଖ୍ୟ କହିଛନ୍ତି, ''ରାଜ୍ୟରେ ଆମ୍ ଆଦମୀ ପାର୍ଟିର ବିଚାରଧାରା, ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଓ ରୋଜଗାରର ରାଜନୀତି ପ୍ରତି ସମର୍ଥନ ବଢିଛି । ବିଗତ ଦୁଇ ତିନି ମାସ ମଧ୍ୟରେ ଯେଉଁଭଳି ଭାବେ ଆପ୍‌ ପ୍ରତି ଲୋକଙ୍କ ସମର୍ଥନ ବଢିଛି, ଏଥିରୁ ଆଗାମୀ ଦିନରେ ଓଡିଶାରେ ବିକଳ୍ପ ରାଜନୀତିରେ ଆପ୍‌ ସଫଳ ହେବାକୁ ଯାଉଛି ବୋଲି ସ୍ପଷ୍ଟ ହେଉଛି ।''

ଏହାମଧ୍ୟ ପଢନ୍ତୁ:କଂଗ୍ରେସର ଅଭିଯୋଗ ବନ୍ୟା ନିୟନ୍ତ୍ରଣରେ ସରକାର ଫେଲ୍, ଡାକନ୍ତୁ ସର୍ବଦଳୀୟ ବୈଠକ

ଓଡିଶାରେ ସ୍ଥିର‌ ସରକାର ଭାଙ୍ଗିବାକୁ ଆମ ଆଦମୀ ପାର୍ଟି ରଣହୁଙ୍କାର ଦେଇସାରିଛି । କିଭଳି ଭାବେ ରାଜ୍ୟରେ ଦଳ ତୃଣମୂଳ ସ୍ତରରୁ ମଜବୁତ ହେବ ଏବଂ ସଦସ୍ୟ ସଂଖ୍ୟା ବଢିବ ସେନେଇ ରଣନୀତି ଆରମ୍ଭ ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁଜୁରାଟ ଓ ହିମାଚଳ ପ୍ରଦେଶକୁ ଫୋକସ୍ କରୁଥିବା ଆପ୍‌ ଓଡିଶା ଆଡକୁ ମଧ୍ୟ ମୁହାଁଇଛି । ସୋସିଆଲ ମିଡିଆରେ ଫଲୋର୍ସରେ ବିଜେଡିକୁ ଆପ୍‌ ପଛରେ ପକାଇବା ପରେ ଦିଲ୍ଲୀ ଓ ପଞ୍ଜାବ କବ୍‌ଜା ପରେ ଏବେ ଓଡିଶାରେ ମଧ୍ୟ କେଜ୍ରିୱାଲଙ୍କ ଯାଦୁ ଧୀରେ ଧୀରେ ଚାଲୁଥିବାର ଏକପ୍ରକାର ଆଭାସ ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 27, 2022, 3:04 PM IST

ABOUT THE AUTHOR

...view details