ଓଡିଶା

odisha

ETV Bharat / city

ରାଇସ ମିଲ ବନ୍ଦ ଦାବିରେ ଧାରଣାରେ ଆଦିବାସୀ ମହିଳା

ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପାରି ବାସୁଦେଵପୁରରେ ଏକ ରାଇସ ମିଲ ରହିଛି । ଯାହାକୁ ବନ୍ଦ କରିବା ପାଇଁ ଶୁକ୍ରବାର ଗାଁର ଅନେକ ଅନୁସୂତିଚ ଆଦିବାସୀ ମହିଳା ଏକତ୍ରିତ ହୋଇ ରାଜଧାନୀର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ସମ୍ମୁଖରେ ଧାରଣାରେ ବସିଥିଲେ ।

ରାଇସ୍ ମିଲ୍ ବନ୍ଦ ଦାବିରେ ଧାରଣାରେ ଆଦିବାସୀ ମହିଳା
ରାଇସ୍ ମିଲ୍ ବନ୍ଦ ଦାବିରେ ଧାରଣାରେ ଆଦିବାସୀ ମହିଳା

By

Published : Nov 29, 2019, 7:48 PM IST

ଭୁବନେଶ୍ବର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ମୁଖରେ ଧାରଣାରେ ବସିଲେ ଶହଶହ ଆଦିବାସୀ ମହିଳା । ଶୁକ୍ରବାର ଏଭଳି କିଛି ଦୃଶ୍ୟ ରାଜଧାନୀର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଥିଲା।

ରାଇସ୍ ମିଲ୍ ବନ୍ଦ ଦାବିରେ ଧାରଣାରେ ଆଦିବାସୀ ମହିଳା

ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପାରି ବାସୁଦେଵପୁରରେ ଏକ ରାଇସ୍ ମିଲ୍ ରହିଛି । ଯାହାକୁ ବନ୍ଦ କରିବା ପାଇଁ ଶୁକ୍ରବାର ଗାଁ ର ଅନେକ ଅନୁସୂତିଚ ଆଦିବାସୀ ମହିଳା ଏକତ୍ରିତ ହୋଇ ରାଜଧାନୀର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ସମ୍ମୁଖରେ ଧାରଣାରେ ବସିଥିଲେ ।

ଗାଁ ଲୋକଙ୍କ କହିବା ମୁତାବକ, ସନ୍ତୋଷ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଏହି ମିଲ୍‌କୁ ଗାଁ ମଝିରେ ତିଆରି କରିଛନ୍ତି ଯାହା ଫଳରେ ଗାଁରେ ବସବାସ କରୁଥିବା ଲୋକେ ବହୁତ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

କାରଖାନାରୁ ନିର୍ଗତ ଧୁଆଁ ଓ ଦୂଷିତ ପାଣି ସହ ହେଉଥିବା ଶବ୍ଦ ପ୍ରଦୂଷଣ ଗ୍ରାମବାସୀଙ୍କ ଉପରେ ସିଧାସଳଖ ଭାବରେ ପଡୁଛି । ଗ୍ରାମବାସୀ ଏହି ମିଲ୍‌କୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଅନେକଥର ଉପସ୍ଥିତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି । ଫଳରେ ଶୁକ୍ରବାର ଗାଁର ମହିଳା, ପୁରୁଷ ଏକତ୍ର ହୋଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ତେବେ ଯଥାଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଗ୍ରାମବାସୀ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details