ଭୁବନେଶ୍ବର: ନବୀନ ନିବାସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଯୁକ୍ତଦୁଇ ପରୀକ୍ଷା ଫଳକୁ ନେଇ ହତାଶ ହୋଇ ଶେଷରେ ଆତ୍ମହତ୍ୟା କରିଛନ୍ତି ଯୁବକ । ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ବଞ୍ଚାଇଛି । ଯୁବକ ଜଣକ ହେଲେ ମହାଙ୍ଗା ଅଞ୍ଚଳର ରବିନ୍ଦ୍ର କୁମାର ଦାଶ ।
ନବୀନ ନିବାସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ - ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ନ୍ୟାୟ ନ ପାଇ ନବୀନ ନିବାସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଯୁବକ ଜଣକ ହେଲେ ମାହଙ୍ଗା ଅଞ୍ଚଳର ରବିନ୍ଦ୍ର କୁମାର ଦାଶ । ପୋଲିସ ତାଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ସେ 2008ରୁ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । ହେଲେ ପରୀକ୍ଷା ଫଳ ଆଶା ଜନକ ନ ହେବାରୁ ସେ ରେଜଲ୍ଟକୁ ନେଇ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ଦୀର୍ଘ ବର୍ଷ ପରେ ବି ମାମଲାର କୌଣସି ସମାଧାନ ହେବାରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ । ତେବେ ପୋଲିସ ତାଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ