ଭୁବନେଶ୍ବର:ପୁଣିଥରେ ସାମ୍ନାକୁ ଆସିଲା ଡାକ୍ତରଙ୍କ ଅବହେଳା ଅଭିଯୋଗ । ଭୁଲ ଇଞ୍ଜେକସନ ପାଇଁ ଗଲା ରୋଗୀଙ୍କ ଜୀବନ । କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ଭୁଲ ଇଞ୍ଜେକସନ ଦେବାରୁ ରୋଗୀର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଲେ ପରିବାର ଲୋକ।
କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ 30 ବର୍ଷିୟ ବ୍ୟକ୍ତିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତବ୍ୟକ୍ତିଙ୍କ ନାଁ ସିଦ୍ଧିନାଥ ସାହୁ , ତାଙ୍କ ଘର ଭିଙ୍ଗାରପୁର ଶାସନ ଅଞ୍ଚଳର ବୋଲି ଜଣାପଡିଛି ।
ଭୁଲ ଇଞ୍ଜେକସନ ନେଲା ଯୁବକଙ୍କ ଜୀବନ ରାତିରେ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଅଧବାଟରେ ସିଦ୍ଧିନାଥଙ୍କର ବାନ୍ତି ହୋଇଥିଲା । ସେ ଚାଲି ଚାଲି କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ବିଳମ୍ବିତ ରାତି 2ଟା ବେଳେ ଡାକ୍ତର ଇଞ୍ଜେକସନ ଦେବାର 5 ମିନିଟ ପରେ ସିଦ୍ଧିନାଥ ଟଳି ପଡ଼ିଥିଲେ ।
ରାତି ପାଇଲେ ନିଜ ବାହାଘର ପାଇଁ ଝିଅ ଦେଖିବା ପାଇଁ ଯାଇଥାନ୍ତେ ସିଦ୍ଧିନାଥ । ଏହି ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି ଯେ,ଏହି ଘଟଣା ଉପରେ ଅବଗତ ନଥିବା ସହ ଯଦି ଏଭଳି ଘଟଣା ଘଟିଥାଏ, ତେବେ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ