ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରାର୍ଥୀ ତ୍ରିନାଥ ସୋରେନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ନବୀନ ନିବାସ ସମ୍ମୁଖରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ । ନବୀନ ନିବାସ ମୁଖ୍ୟ ଫାଟକ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଜନୈକ ମହିଳା ।
ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ - infront
2019-04-03 13:59:54
ନବୀନ ନିବାସ ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ
ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନ ବିଜେଡିରୁ ଉଦଳା ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ତ୍ରିନାଥ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଚାକିରି କରାଇବା ପ୍ରଲୋଭନରେ ଦୁଷ୍କର୍ମ କରିଛନ୍ତି । ମହିଳା ଜଣଙ୍କ ଦେହରେ ପେଟ୍ରୋଲ ଢାଳିବା ଦେଖି ନବୀନ ନିବାସର ସୁରକ୍ଷା କର୍ମୀମାନେ ତୁରନ୍ତ ତାଙ୍କୁ ଅଟକାଇବା ସହ ତାଙ୍କ ଠାରୁ ପେଟ୍ରୋଲ ବୋତଲ ଛଡାଇ ଫୋପାଡି ଦେଇଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲ ନିଆଯାଇଥିବା ସୂଚନା ରହିଛି ।
ସେପଟେ ଏହି ଘଟଣାରେ ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି, ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ସୁରକ୍ଷିତ ଅଛନ୍ତି । ତେବେ ସେ କାହିଁକି ଏପରି କଲେ ସେ ନେଇ ତଦନ୍ତ ଜାରି ରହିଛି । ତଦନ୍ତ ସରିଲେ ପ୍ରକୃତ ସତ୍ୟାସତ୍ୟ ବାହାରକୁ ଆସିବ ବୋଲି ସେ କହିଛନ୍ତି ।
ଭୁବନେଶ୍ୱରରୁ ଅଜିତ ଦାଶ, ଇଟିଭି ଭାରତ