ଓଡିଶା

odisha

ଆତ୍ମହତ୍ୟା ନା ହତ୍ୟା ? ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

By

Published : Aug 22, 2019, 5:39 AM IST

ରାଜଧାନୀ ଫୁଲେଶ୍ବରେ ବସ୍ତିରେ ଯୁବତୀଙ୍କ ସନ୍ଦହଜନକ ମୃତ୍ୟୁ । ପ୍ରେମ ପାଇଁ ଆତ୍ମହତ୍ୟା ସନ୍ଦେହ କରାଯାଉଥିବାବେଳେ ଘଟଣାର ତଦନ୍ତ କରୁଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଖଣ୍ଡଗିରି ଥାନା ଫୁଲେଶ୍ବରେ ବସ୍ତିରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ । ଝଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ । ପ୍ରେମ ପାଇଁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବାବେଳେ ମୃତକ ଯୁୁବତୀ ଜଣକ ଗଞ୍ଜାମ ଜିଲ୍ଲା ଗୁଗଡାର ବନିତା ଗୌଡା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତ ବୁଧବାର ବିଳମ୍ବିତ ସମୟ ଯାଏ ବନିତା କବାଟ ନ ଖୋଲିବାରୁ ଖଣ୍ଡଗିରି ଥାନାରେ ଖବର ଦେଇଥିଲେ ପଡୋଶୀ । ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୋଲିସ । ସେପଟେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ, 8 ଦିନ ତଳେ ବନିତାଙ୍କ ବାପାମାଆ ଗାଁ ଯାଇଥିବାବେଳେ ଫୁଲେଶ୍ବର ବସ୍ତିରେ ଏକୁଟିଆ ରହୁଥିଲେ ବନିତା । ତେବେ ବିଳମ୍ବିତ ରାତି ଯାଏ ସେ କାହା ସହ କଥାବାର୍ତ୍ତା ହେବା ସହ ଝଗଡା ମଧ୍ୟ ହେଉଥିବାର ପଡୋଶୀମାନେ ଶୁଣିଥିବାର କହିଛନ୍ତି । ତେବେ ପ୍ରେମ ପାଇଁ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ନେଇ ପଡୋଶୀମାନେ କହୁଥିବା ବେଳେ ଯୁବତୀଙ୍କୁ ଉଦ୍ଧାର କରାଯିବା ସମୟରେ ମୃତ ବନିତାଙ୍କ ଗୋଡ ଦୁଇଟି ତଳେ ଲାଗିରହିଥିଲା । ତେଣୁ ଏହାକୁ ଏକ ହତ୍ୟା ମଧ୍ୟ ସନ୍ଦେହ କରାଯାଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details