ଓଡିଶା

odisha

ETV Bharat / city

ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଘରୁ ମିିଳିଲା ମୃତଦେହ

ଭୁବନେଶ୍ବର ଖାରବେଳନଗର ଥାନା ଶାସ୍ତ୍ରୀନଗର ଅଞ୍ଚଳରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଶୁଭଶ୍ରୀ ମହାପାତ୍ର । ଅଧିକ ପଢନ୍ତୁ

By

Published : Aug 31, 2022, 2:08 PM IST

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ବର ଖାରବେଳନଗର ଥାନା ଶାସ୍ତ୍ରୀନଗର ଅଞ୍ଚଳରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଶୁଭଶ୍ରୀ ମହାପାତ୍ର । ଶୁଭଶ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ବେକରେ ଚିହ୍ନ ରହିଥିବା ବେଳେ ମୁହଁ ଓ ନାକରେ ଦାଗ ରହିଛି । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ପୋଲିସ ତଦନ୍ତ ଆରମ୍ଭ କରିଛି ।

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ସୂଚନାମୁତାବକ, ଶାସ୍ତ୍ରୀସନଗରରେ ଶୁଭଶ୍ରୀ ତାଙ୍କ ସ୍ବାମୀ ଓ ସାଢେ ତିନି ବର୍ଷର ପୁଅ ସହ ରହୁଥିଲେ । ଶୁଭଶ୍ରୀଙ୍କ ପରିବାର କହିଲେ ଏତିକି । ଗତକାଲି ସନ୍ଧ୍ୟାରେ ସ୍ବାମୀ ଘରେ ନଥିବା ବେଳେ ପୁଅ ବାହାରେ ଖେଳୁଥିଲେ । ଖେଳି ସାରି ଆସି ଘରେ ଦେଖିବାକୁ ପାଇଥିଲେ ମାଆ ବେଡରେ ପଡିଛନ୍ତି । ପାଟିରୁ ଫେଣ ବାହାରୁଛି । ତାଙ୍କୁ ଡାକିବା ପରେ ବି ସେ ଶୁଣି ନଥିଲେ । ଶେଷରେ ମା’ର ମୋବାଇଲରୁ ଭିଡିଓ କଲ କରି ଆଈ ଓ ଅଜାଙ୍କୁ କଲ କରିଥିଲେ । ମୃତ ମହିଳାଙ୍କ ବେକରେ ଦାଗ ରହିଛି । ତାଙ୍କର ଗଳା ଦବାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଏହା ବି ପଢନ୍ତୁ...ରେଞ୍ଜର ବାବୁଙ୍କୁ ମାଲିସ୍ କରୁଛନ୍ତି ଅସ୍ଥାୟୀ କର୍ମଚାରୀ, ଭିଡିଓ ଭାଇରାଲ

ଭିଡିଓ କଲରେ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ ପରିବାର । ଏନେଇ ପରେ ଖବର ପାଇ ସ୍ବାମୀ ଖାରବେଳ ନଗର ଥାନାରେ ସ୍ତ୍ରୀକୁ ହତ୍ୟା କରିଥିବା ରିପୋର୍ଟ ଦେଇଥିଲେ । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ କିଏ ଓ କାହିଁକି ଶୁଭଶ୍ରୀଙ୍କୁ ହତ୍ୟା କଲା ତାର କାରଣ ଜଣାପଡିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details