ଭୁବନେଶ୍ବର: ସାରା ଭାତର ଆଜି 72 ତମ ସାଧାରଣତନ୍ତ୍ର ଦିବସ ପାଳୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଗଣସନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଏକ ଭିଡିଓ ମାଧ୍ୟମରେ ରାଜ୍ୟବାସୀଙ୍କୁ ନିଜ ବାର୍ତ୍ତା ଦେଇଛନ୍ତି। ଯେଉଁଥିରେ ଆରମ୍ଭରେ ମୁଖ୍ୟମନ୍ତ୍ରୀ 'ମୋର ପ୍ରିୟ ଭାଇ ଓ ଭଉଣୀମାନେ ରୁ ନିଜର ବାର୍ତ୍ତା ଆରମ୍ଭ କରି ଜୟ ହିନ୍ଦରେ ବାର୍ତ୍ତା ଶେଷ କରିଛନ୍ତି ।
ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ, ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ସେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ସହିଦ ଲକ୍ଷ୍ମଣ ନାୟକ, ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ସହ ଆମର କୋଭିଡ ଯୋଦ୍ଧାମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତ ବହୁ ଭାଷା, ବହୁ ଧର୍ମ ଓ ବହୁ ଜାତିକୁ ବହୁ ମତ, ବହୁ ବର୍ଣ୍ଣ, ବହୁ ବିଶ୍ବାସକୁ ନେଇ ଗଠିତ ହୋଇଛି । ଏହି ବିବିଧତା ହିଁ ଆମର ସବୁଠାରୁ ବଡ ଶକ୍ତି ।ଏହା ହିଁ ଆମ ସଂସ୍କୃତିକୁ, ଆମ ସମାଜକୁ, ସମୃଦ୍ଧ କରିଛି। ଆମ ସମ୍ବିଧାନରେ ଏହା ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି ଏବଂ ସମସ୍ତଙ୍କ ପାଇଁ ବିକାଶର ସମାନ ସୁଯୋଗ ସୃଷ୍ଟି କରିଛି ।