ଓଡିଶା

odisha

ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ଟ୍ରମା ସେଣ୍ଟର; ଖର୍ଚ୍ଚ ହେବ 10କୋଟିରୁ ଊର୍ଦ୍ଧ୍ବ ଟଙ୍କା - କ୍ୟାପିଟାଲ ହସ୍ପିଟାଲରେ ଟ୍ରମା ସେଣ୍ଟର

କ୍ୟାପିଟାଲ ହସ୍ପିଟାଲରେ ହେବ ଟ୍ରମା ସେଣ୍ଟର । କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଏକ ଟ୍ରମା ସେଣ୍ଟର ଆରମ୍ଭ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ଟ୍ରମା ସେଣ୍ଟର
କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ଟ୍ରମା ସେଣ୍ଟର

By

Published : Feb 20, 2021, 6:57 AM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ହେବ ଟ୍ରମା ସେଣ୍ଟର । କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଏକ ଟ୍ରମା ସେଣ୍ଟର ଆରମ୍ଭ କରିବାକୁ ଯାଉଛନ୍ତି । 11815 ବର୍ଗ ଫୁଟରେ 5 ମହଲା ବିଶିଷ୍ଟ ବିଲ୍ଡିଂ ତିଆରି କରାଯିବ ।

ଉତ୍ତମ ରୋଗୀ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ଏକ ମଡେଲ କରିବାକୁ ପ୍ରସ୍ତୁତ କରୁଛନ୍ତି। ଯାହା କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ବିଭାଗକୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବାକୁ ପ୍ରୟାସ କରୁଛନ୍ତି । ଏଥିପାଇଁ 10 କୋଟି 56 ଲକ୍ଷ 5999 ଟଙ୍କା ଖର୍ଚ୍ଚ କରାଯିବ।

ଏହି ଟ୍ରମା କେୟାର ସେଣ୍ଟରରେ ରହିବ 185ଟି ବେଡ। ଏହି ଟ୍ରମା କେୟାର ସେଣ୍ଟର ବିଶେଷ ଭାବରେ 5 ମହଲା ବିଶିଷ୍ଟ ବିଲ୍ଡିଂ ରହିଥିବାବେଳେ ବେସମେଣ୍ଟରେ ରହିବ 4ଟି ଏମରଜେନ୍ସି ଓଟି, 8ଟି ବେଡ ବିଶିଷ୍ଟ ଟ୍ରମା ଅବଜରବେଶନ ରୁମ, 6 ଟି ଟ୍ରାଇଜ ବେଡ ଓ ମେଡିସିନ ବିଭାଗର 7ଟି ବେଡ ରହିବ। ଏହାସହ ପ୍ରଥମ ମହଲାରେ ରହିବ 3 ଟି କ୍ୟାବିନ, 20ଟି ବେଡ ବିଶିଷ୍ଟ ମେଡିସିନ ଆଇସିୟୁ , 8 ବେଡ ବିଶିଷ୍ଟ ଏସଡିୟୁ।

ସେହିପରି ଦ୍ବିତୀୟ ମହଲାରେ ରହିବ 2ଟି ଟ୍ରମା ଓଟି, 8 ବେଡ ବିଶିଷ୍ଟ ପୋଷ୍ଟ ଅପରେସନ, 6 ବେଡ ବିଶିଷ୍ଟ ପ୍ରି ଅପରେସନ। ତୃତୀୟ ମହଲାରେ ରହିବ କନଫରେସନ୍ସ ହଲ, ଫିଜିଓଥେରାପି ୟୁନିଟ, 2 ଟି ସରଜିକାଲ ଓଟି, 21 ବେଡ ବିଶିଷ୍ଟ ସର୍ଜିକାଲ ଆଇସିୟୁ। ଚତୁର୍ଥ ମହଲା ରେ ରହିବ 10 ବେଡ ବିଶିଷ୍ଟ ଆଇସିୟୁ, ନେଫ୍ରୋଲୋଜି ଡାଇଲସେସ ରହିବା ବେଳେ ପଞ୍ଚମ ମହଲାରେ ରହିବ ପ୍ରଶାସନିକ ବ୍ଲକ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details