ଭୁବନେଶ୍ବର:ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ଅନ୍ତର୍ଗତ ସିଫା କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ କାର ଭିତରେ ଧକ୍କା ହୋଇ 4 ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ସ୍ବାସ୍ଥ୍ୟବସ୍ଥା ନେଇ କିଛି ସୂଚନା ମିଳିପାରିନାହିଁ । ସ୍ଥାନୀୟ ଅଞ୍ଚଳର 3ଜଣ କଲେଜ ପିଲା ମଧ୍ୟ ଗୁରୁତର ଆହତ ହୋଇଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ରାଜପଥ ଅବରୋଧ କରିବା ସହ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗୁରୁତର 4 ଜଣଙ୍କ ମଧ୍ୟରୁ 3 ଜଣଙ୍କର ପରିଚୟ ମିଳିଛି । ଗୁରୁତର ହେଲେ ସତ୍ୟମ ଦାସ, କହ୍ନେଇ ମଳିକ, ସୋନମୟ ବେହେରା । ଖବର ପାଇ ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା ।
ଉତ୍ତରା ଛକରେ କାର ଧକ୍କାରେ 4 ଆହତ, ଉତ୍ତେଜନା ସହ ରାସ୍ତାରୋକ - କ୍ୟାପିଟାଲ ହସ୍ପିଟାଲ
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ଉତ୍ତରା ଛକରେ ଦୁର୍ଘଟଣା । କାର ଧକ୍କାରେ 4 ଆହତ । ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା କାର ଫେରାର । ଘଟଣାସ୍ଥଳରେ ଉତ୍ତେଜନା ଜାରି । ଅଧିକ ପଢନ୍ତୁ...
ସୂଚନାନୁସାରେ ଏମାନେ ରାସ୍ତାପାର୍ଶ୍ଵରେ ଠିଆ ହୋଇଥିବାବେଳେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା କାର ଏମାନଙ୍କୁ ଧକ୍କା ଦେବା ସହ ଅନ୍ୟ ଏକ କାରକୁ ମଧ୍ୟ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକମାନେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଇଥିବା ବେଳେ ନିଆଁ ଜାଳି ରାସ୍ତା ଅବରୋଧ କରି ଥିଲେ । ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି କୌଣସି ଗାଡିକୁ ଛାଡ଼ି ନଥିବା ବେଳେ ଯାତାୟାତରେ ଅସୁବିଧା ଉପୁଜିଥିଲା। ଦୁର୍ଘଟଣା ଘଟାଇଥିବା କାରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ କାର୍ଯ୍ୟାନୁୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ