ଭୁବନେଶ୍ବର: ଓଡିଶା ହାଇକୋର୍ଟରେ ଅକ୍ଟୋବର 31 ତାରିଖ ସୁଦ୍ଧା 1 ଲକ୍ଷ 50 ହଜାର 938ଟି ମାମଲା ବର୍ଷ ବର୍ଷ ଧରି ବିଚାର ଅପେକ୍ଷାରେ ରହିଛି । ସେ ମଧ୍ୟରୁ 21 ହଜାର 659ଟି ମାମଲା 10ରୁ 20 ବର୍ଷ ଧରି ବିଚାର ଅପେକ୍ଷାରେ ଥିବାବେଳେ 3,796ଟି ମାମଲା 20 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବିଚାରଧିନ ରହିଛି । ମଙ୍ଗଳବାର ବିଧାୟକ ଶଙ୍କର ଓରାମଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି ।
ମିଳୁନି ନ୍ୟାୟ, ହାଇକୋର୍ଟରେ ପଡିରହିଛି ଦେଢ ଲକ୍ଷ ମାମଲା - ଓଡିଶା ହାଇକୋର୍ଟ ଲାଟେଷ୍ଟ ନ୍ୟୁଜ୍
ଓଡିଶା ହାଇକୋର୍ଟରେ ଅକ୍ଟୋବର 31 ତାରିଖ ସୁଦ୍ଧା 1 ଲକ୍ଷ 50 ହଜାର 938ଟି ମାମଲା ବର୍ଷ ବର୍ଷ ଧରି ବିଚାର ଅପେକ୍ଷାରେ ରହିଛି । ମଙ୍ଗଳବାର ବିଧାୟକ ଶଙ୍କର ଓରାମଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି ।
ଫାଇଲ ଫଟୋ
ହାଇକୋର୍ଟ ଏବଂ ଅନ୍ୟାନ୍ୟ ନ୍ୟାୟାଳୟରେ ବହୁ ସଂଖ୍ୟାରେ ବିଚାରପତି ପଦବୀ ଖାଲି ପଡିଥିବାରୁ ମାମଲା ଗୁଡିକର ତ୍ବରିତ ବିଚାର ହୋଇପାରୁନି । ହାଇକୋର୍ଟରେ 14ଜଣ ବିଚାରପତିଙ୍କ ପଦବୀ ଖାଲି ପଡିଛି । ଅନ୍ୟାନ୍ୟ ନ୍ୟାୟାଳୟରେ 25ଟି ଜିଲ୍ଲା ଜଜ୍, 34ଟି ବରିଷ୍ଠ ସିଭିଲ ଜଜ୍ ଏବଂ 89ଟି ସିଭିଲ ଜଜ୍ ପଦବୀ ଖାଲିପଡିଛି । ଏହିସବୁ ପଦବୀ ଯଥାଶୀଘ୍ର ପୂରଣ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଆଇନମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ
Last Updated : Nov 19, 2019, 9:48 PM IST