ଭୁବନେଶ୍ବର : ଟେକନିକ ଜରିଆରେ ଧରାପଡିଲା ଚୋର। ସାମାନ୍ୟ ହାତ ଘଣ୍ଟା ଧରାଇଦେଲା ଚୋର। ତାହାପୁଣି ଏମିତି ସେମିତି ଘଣ୍ଟା ନୁହେଁ ସ୍ମାର୍ଟ ଓ୍ବାଚ । ସ୍ମାର୍ଟ ଟେକନିକ ଯୋଗୁଁ ଧରାପଡିଛି ଜଣେ କୁଖ୍ୟାତ ଚୋର। ଯାହାର ନାଁ ମିଥୁନ ପାଇକରାୟ,ଘର ପାଲାମଣ୍ଡପ ବରମୁଣ୍ଡା। ଦାମୀ କ୍ୟାମେରା , ଲାପଟପ ଓ ମୋବାଇଲ ଫୋନ ଜବତ ହୋଇଛି।
ସ୍ମାର୍ଟ ୱାଚ୍ ଧରାଇଦେଲା ଚୋର, ପୋଲିସ ଜବତ କଲା ଦାମୀ ଜିନିଷ - ଟେକନିକ ଜରିଆରେ ଧରାପଡିଲା ଚୋର
ଟେକନିକ ଜରିଆରେ ଧରାପଡିଲା ଚୋର। ସାମାନ୍ୟ ହାତ ଘଣ୍ଟା ଧରାଇଦେଲା ଚୋର। । ଅଧିକ ପଢନ୍ତୁ...

ସୁଚନା ମୁତାବକ ଗତ ୧୨ ତାରିଖରେ ଖଣ୍ଡଗିରି ଥାନାରେ ଅଭିଯୋଗକାରୀ ଚନ୍ଦ୍ରଶେଖର ପ୍ରଧାନ ତାଙ୍କ ଘରୁ କେହି ଅଭିଯୁକ୍ତ ଘରର ଲକ ଭାଙ୍ଗି ଘରେ ପଶି ଗୋଟିଏ ସ୍ମାର୍ଟ ଓ୍ବାଚ, ଏକ ଲାପଟପ ଓ ନିକନ କ୍ୟାମେରା ଚୋରି କରିଥିବା ଥାନାରେ ରିପୋର୍ଟ ଦେଇଥିଲେ। ଏପରିକି ତାଙ୍କ ଘଣ୍ଟାଟି ଅନ ରହିଥିବା ବେଳେ ଘଣ୍ଟାର ଆପ୍ଲିକେସନ ଯାହାକି ମୋବାଇଲରେ ଅଛି ସେଥିରେ ଜଣାପଡୁଛି ଚୋର କେଉଁଠି ଅଛି ।ଯାହାକୁ ଟ୍ରାକ କରି ଚୋର ଘରେ ପହଞ୍ଚିଥିଲେ ଖଣ୍ଡଗିରି ଥାନା ପୋଲିସ। ତାଙ୍କ ଠାରୁ ଚୋରି ସାମଗ୍ରୀ ଓ ଅନ୍ୟ ଠାରୁ ଚୋରି କରିଥିବା 5ଟି ମୋବାଇଲ ଫୋନ ମଧ୍ୟ ଜବତ କରିଥିଲା ପୋଲିସ । ଅଭିଯୁକ୍ତଙ୍କୁ ଗିରଫ ପରେ ଆଇପିସିର ଧାରା ୪୫୭ ଓ ୩୮୦ରେ କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ