ETV Bharat Odisha

ଓଡିଶା

odisha

ETV Bharat / city

ବର୍ଷକରେ SHGଙ୍କ ପାଇଁ ଗଠନ ହେବ ରାଜ୍ୟସ୍ତରୀୟ ଫେଡେରେଶନ: ମିଶନ ଶକ୍ତି ସଚିବ - ମିଶନ ଶକ୍ତି ସଚିବଙ୍କ ଲକ୍ଷ

ରାଜ୍ୟରେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ପରିସରକୁ ଆହୁରି ତ୍ୱରାନ୍ୱିତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଗଠନ କରାଯିବ ରାଜ୍ୟସ୍ତରୀୟ ଫେଡେରେଶନ । ଅଧିକ ପଢନ୍ତୁ

ଏକ ବର୍ଷରେ SHGଙ୍କ ପାଇଁ ଗଠନ ହେବ ରାଜ୍ୟ ସ୍ତରୀୟ ଫେଡେରେଶନ: ମିଶନ ଶକ୍ତି ସଚିବ
ଏକ ବର୍ଷରେ SHGଙ୍କ ପାଇଁ ଗଠନ ହେବ ରାଜ୍ୟ ସ୍ତରୀୟ ଫେଡେରେଶନ: ମିଶନ ଶକ୍ତି ସଚିବ
author img

By

Published : Jun 2, 2022, 10:54 PM IST

ଭୁବନେଶ୍ବର: ରାଜ୍ୟରେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ପରିସରକୁ ଆହୁରି ତ୍ୱରାନ୍ୱିତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଗଠନ କରାଯିବ ରାଜ୍ୟସ୍ତରୀୟ ଫେଡେରେଶନ । ଆଜି(ଗୁରୁବାର) ନବନିର୍ବାଚତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦିଗବିନ୍ୟାସ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମିଶନ ଶକ୍ତି ସଚିବ ସୁଜତା ଆର କାର୍ତ୍ତିକେୟନ ।



ଆଗାମୀ ଏକ ବର୍ଷ ମଧ୍ୟରେ ରାଜ୍ୟସ୍ତରୀୟ ଫେଡରେସନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ରାଜ୍ୟରେ ଚାଲିଥିବା SHG ଆନ୍ଦୋଳନକୁ ଫେଡେରେସନ ଅଧିକ ପ୍ରୋତ୍ସାହନ ଦେବ । ଏହାସହ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ଓ ନିଷ୍ପତ୍ତିକୁ ପ୍ରୋତ୍ସାହିତ କରିବ ବୋଲି ମିଶନ ଶକ୍ତି ସଚିବ କହିଛନ୍ତି ।


ଜୀବିକା ନିର୍ବାହକୁ ସୁଦୃଢ଼ କରିବା ପାଇଁ ଚଳିତ ବର୍ଷ ହଜାର ହଜାର ସଂଖ୍ୟାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । SHG ଗୁଡ଼ିକ ଏପର୍ଯ୍ୟନ୍ତ ୬୮୦୦ କୋଟି ଟଙ୍କାର ଋଣ ସହାୟତା ପାଇଛନ୍ତି । ଚଳିତ ବର୍ଷ SHG ଗୁଡ଼ିକୁ ୯୦୦୦ କୋଟି ଟଙ୍କା ୠଣ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୫୦୦୦୦ କୋଟି ଟଙ୍କା ମୂଲ୍ୟର ବ୍ୟାଙ୍କ କ୍ରେଡିଟ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।



ଆସନ୍ତା ତିନି ବର୍ଷ ମଧ୍ୟରେ SHG ଗୁଡିକ ପାଇଁ ବଡ ଧରଣର ମାର୍କେଟ ଲିଙ୍କେଜ ତିଆରି କରାଯିବ । ରାଜ୍ୟରେ ପ୍ରାୟ ୫୦୦ ମିଶନ ଶକ୍ତି ବଜାର ସୃଷ୍ଟି କରାଯିବା ସହ SHG ମାନଙ୍କ ଉତ୍ପାଦ ଗୁଡ଼ିକ ବିଦେଶରେ ବିକ୍ରି କରାଯିବ ପାଇଁ ବ୍ୟବସ୍ଥା ତିଆରି କରାଯିବ । SHG ସଦସ୍ୟଙ୍କ ଦ୍ୱାରା ପ୍ରସ୍ତୁତ ସୁସ୍ବାଦୁ ଖାଦ୍ୟର ମାର୍କେଟିଂ ପାଇଁ ବ୍ଲକ ସ୍ତରରେ ମିଶନ୍ ଶକ୍ତି କାଫେ ସ୍ଥାପନ କରାଯିବ । ଏହାସହ ଆସନ୍ତା ଏକ ବର୍ଷରେ SHG ମହିଳା ସଦସ୍ୟମାନଙ୍କୁ ଲାଇନମ୍ୟାନ ତାଲିମ ଦିଆଯିବ ବୋଲି ମିସନ ଶକ୍ତି ସଚିବ ସୂଚନା ଦେଇଛନ୍ତି ।

ସବୁ ସ୍ତରରେ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତା ରହିଛି । ଏଥିପାଇଁ ମିଶନ ଶକ୍ତି ତତ୍ତ୍ଵାବଧାନରେ ତୃଣମୂଳ ସ୍ତରରେ ଅନେକ ବିକାଶ ମୂଳକ ପ୍ରକଳ୍ପରେ SHG ଗୁଡ଼ିକୁ ସହଭାଗୀ ଭାବରେ ରାଜ୍ୟ ସରକାର ସାମିଲ କରିଛନ୍ତି ବୋଲି ମିଶନ ଶକ୍ତି ସଚିବ ସୁଜତା ଆର କାର୍ତ୍ତିକେୟନ ସୂଚନା ଦେଇଛନ୍ତି । ସବୁ ସ୍ତରରେ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତା ରହିଛି । ଏଥିପାଇଁ ମିଶନ ଶକ୍ତି ତତ୍ତ୍ଵାବଧାନରେ ତୃଣମୂଳ ସ୍ତରରେ ଅନେକ ବିକାଶ ମୂଳକ ପ୍ରକଳ୍ପରେ SHG ଗୁଡ଼ିକୁ ସହଭାଗୀ ଭାବରେ ରାଜ୍ୟ ସରକାର ସାମିଲ କରିଛନ୍ତି ବୋଲି ମିଶନ ଶକ୍ତି ସଚିବ ସୁଜତା ଆର କାର୍ତ୍ତିକେୟନ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ABOUT THE AUTHOR

...view details