ଭୁବନେଶ୍ବର: ହାଣ୍ଡିଶାଳରୁ ମହାକାଶ...ଘର ଅଗଣାରୁ ସଂସଦ...ସବୁ କ୍ଷେତ୍ରରେ ନାରୀ ନିଜର ପରାକାଷ୍ଠା ପ୍ରତିପାଦିତ କରିପାରିଛି । ଅବଳା ଦୁର୍ବଳା ଶବ୍ଦ ଆଜିର ନାରୀ ଆଗରେ ହାର ମାନିଛି ତାର ଜ୍ବଳନ୍ତ ଉଦାହରଣ ସ୍ମାର୍ଟସିଟି ଭୁବନେଶ୍ବରରେ ଆପଣଙ୍କୁ ଦେଖିବାକୁ ମିଳିବ । ଏ ହେଉଛନ୍ତି ପ୍ରତିମା ପାତ୍ର । ବୟସ ୩୨ ବର୍ଷ । ମୋ ବସରେ ମହିଳା ଗାଇଡ ଭାବେ କାର୍ଯ୍ୟ ତୁଲାଉଛନ୍ତି । ଗୋଟେ ପଟେ ଘର କାମ ଆଉ ଗୋଟେ ପଟେ ପେଟଣା ପାଇଁ କରୁଛନ୍ତି ସଂଘର୍ଷ । ବାପା ନଥିବାରୁ ଘରର ସବୁ ଦାୟିତ୍ବ ସେ ତୁଲାନ୍ତି । ଏହାସହ ଦୈନିକ ଶହ ଶହ ଲୋକଙ୍କୁ ନିଷ୍ଠାପର ସହ ଯୋଗାଉଛନ୍ତି ସେବା । ଯେଉଥିପାଇଁ କ୍ରୃଟ ପକ୍ଷରୁ 2020 ବର୍ଷ ପାଇଁ 'ମୋ ବସ ମୋ ହିରୋ' ଆୱାର୍ଡ ରେ ସମ୍ମାନିତ କରାଯାଇଛି ।
ସ୍ୱାବଲମ୍ବୀ ହେବା ସହ ପରିବାର ପୋଷୁଛି ନାରୀ - ଆନ୍ତର୍ଜାତିକ ମହିଳା ଦିବସ
ହାଣ୍ଡିଶାଳରୁ ମହାକାଶ...ଘର ଅଗଣାରୁ ସଂସଦ...ସବୁ କ୍ଷେତ୍ରରେ ନାରୀ ନିଜର ପରାକାଷ୍ଠା ପ୍ରତିପାଦିତ କରିପାରିଛି । ଅବଳା ଦୁର୍ବଳା ଶବ୍ଦ ଆଜିର ନାରୀ ଆଗରେ ହାର ମାନିଛି ତାର ଜ୍ବଳନ୍ତ ଉଦାହରଣ ସ୍ମାର୍ଟସିଟି ଭୁବନେଶ୍ବରରେ ଆପଣଙ୍କୁ ଦେଖିବାକୁ ମିଳିବ । ସେନେଇ ଦେଖନ୍ତି ଏହି ସ୍ପେଶିଆଲ ରିପୋର୍ଟ...
ସ୍ୱାବଲମ୍ବୀ ହେବା ସହ ପରିବାର ପୋଷୁଛି ନାରୀ
ସେହିପରି ଆଉ ଜଣେ ମହିଳା ଗାଇଡ ହେଉଛନ୍ତି ଲିତୁ ବଳିଆରସିଂ। ଘରେ ପରିବାର ଚଳାଇବା ସହ ସମୟ ସ୍ରୋତରେ ନିଜକୁ ଖାପ ଖୁଆଇ ପବ୍ଲିକ ଟ୍ରାନ୍ସପୋର୍ଟରେ ସାହାସିକତାର ସହ ନିଜର କାର୍ଯ୍ୟ କରୁଛନ୍ତି । ସକାଳୁ ରାତି ପର୍ଯ୍ୟନ୍ତ ଶହ ଶହ ଲୋକଙ୍କୁ ସୁବିଧାରେ ଗମନାଗମନ କରାଇବାରେ ନିଜକୁ ସକ୍ଷମ କରିପାରିଛନ୍ତି ଲିତୁ ।