ଭୁବନେଶ୍ବର: କୋରୋନା ଭାଇରସ ନେଇ ସାରା ବିଶ୍ବ ଆତଙ୍କିତ ଥିବାବେଳେ ଏହାକୁ ନେଇ ଭାରତ ସରକାର ସମେତ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି । ଏନେଇ ରାଜ୍ୟ ସରକାରଙ୍କ ଆଡଭାଇଜାରୀ ଜାରି ହେବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆରମ୍ଭ ହୋଇଛି କୋରୋନା ଭାଇରସ ସ୍କ୍ରିନିଂ। ଆଜି(ସୋମବାର) ଠାରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି।
ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ,ଏକ ମେଡିକାଲ ଟିମ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଯେଉଁଥିରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ମଧ୍ୟ ସାମିଲ ଅଛନ୍ତି । ବିମାନବନ୍ଦରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇ ପରୀକ୍ଷା କରାଯାଉଛି । ଏହାସହ ବିମାନ ଯାତ୍ରୀଙ୍କ ଚେକିଂ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଥିବା ସୂଚନା ଦେଇଛନ୍ତି ବିମାନ ବନ୍ଦରର ନିର୍ଦ୍ଦେଶକ।