ଓଡିଶା

odisha

ETV Bharat / city

ମହାଦଶମୀରେ ମା'ଙ୍କ ଅପରାଜିତା ପୂଜା: ଲାଗି ହୁଏ ଦହି ପଖାଳ - ଦଶହରାରେ ଅପରାଜିତା ପୂଜା

ପବିତ୍ର ଦଶହରା ଉପଲକ୍ଷେ ଅପରାଜିତା ପୂଜା ପ୍ରାଧାନ୍ୟ ରଖୁଛି । କାରଣ ଆଜିର ଦିନ ହିଁ ସତ୍ୟ ସହିତ ଲଢିବାର ମୂଳ ଦୁଆ ପକାଇଥିଲେ ମହିଷା ମର୍ଦ୍ଦିନୀ ମା' ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 8, 2019, 12:21 PM IST

ଭୁବନେଶ୍ବର: ଶାରଦୀୟ ଦୁର୍ଗା ପୂଜାର ଆଜି ଅନ୍ତିମ ଦିନ । ନ୍ୟାୟ ଓ ସତ୍ୟର ପ୍ରତୀକ ବିଜୟା ଦଶମୀ । । ଅସତ୍ୟ ଓ ଅନ୍ୟାୟ ବିରୋଧରେ ମା' ଆଜି ବିଜୟ ଲାଭ କରିଥିଲେ । ଏହି ପୂଜାରେ ମା'ଙ୍କ ପ୍ରଧାନ ପୂଜା ହେଉଛି ଅପରାଜିତା ପୂଜା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜୟା ଦଶମୀରେ ମା'ଙ୍କ ମୁଖ୍ୟ ପୂଜା ଅପରାଜିତା ପୂଜା । ସକାଳ ଧୂପ ଦୀପ ପରେ ବରୁଣ ପୂଜା କରାଯିବା ପରେ ଅପରାଜିତା ପୂଜା ଆରମ୍ଭ ହୋଇଥାଏ । ତେବେ ଏହି ପୂଜାର ମହତ୍ତ୍ବ ପ୍ରଭୁ ଶ୍ରୀରାମଚନ୍ଦ୍ର ଆଜିର ଦିନରେ ସେତୁବନ୍ଧ ବାନ୍ଧିଥିଲେ । ଏଥିସହ ଆଜିର ଦିନରେ ମା' ସମସ୍ତ ଦେବୀଙ୍କ ସହିତ ମହିଷାସୁର ବଦ୍ଧ ପାଇଁ ଅନୁକୂଳ କରିଥାନ୍ତି । ତେଣୁ ଏହି ପୂଜା ସର୍ବ ପ୍ରଥମେ କରାଯାଇଥାଏ ।

ଅନ୍ୟାୟ ଉପରେ ନ୍ୟାୟ ବିଜୟ ପାଇଁ ଆଜିର ଦିନ ହିଁ ମୂଳଦୁଆ ପକାଇଥିଲେ । ଯାହାକୁ ମା' ଅପରାଜିତଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ଏହି ପୂଜାରେ ମା'ଙ୍କ ନିକଟରେ ଦହି ପଖାଳ ଭୋଗ ଲାଗି ହେବା ରାତି 11 ପରେ ବିସର୍ଜନ କରାଯାଇଥାଏ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details