ଓଡିଶା

odisha

ETV Bharat / city

ମାତୃ ଦିବସରେ ସମାଜସେବୀଙ୍କ ନିଆରା ଶୁଭେଚ୍ଛା - ମାତୃ ଦିବସରେ ସମାଜକର୍ମୀଙ୍କ ନିଆରା ଶୁଭେଚ୍ଛା

ସାରା ବିଶ୍ୱରେ ଆଜି ପାଳନ କରାଯାଉଛି ମାତୃ ଦିବସ । କୋରୋନା ସଂକ୍ରମଣକୁ ଭୟାବହତାକୁ ଦୃଷ୍ଟିରେ ରଖି ଲକଡ଼ାଉନ୍‍ ଜାରି ରହିଥିବାବେଳେ ସମାଜସେବୀ ସୁଶାନ୍ତ ସାହୁ ଏହାକୁ ନିଆରା ଢ଼ଙ୍ଗରେ ପାଳକ କରିବା ସହ ବିଶ୍ୱକୁ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି। ଅଧିକ ପଢନ୍ତୁ...

ମାତୃ ଦିବସରେ ସମାଜକର୍ମୀଙ୍କ ନିଆରା ଶୁଭେଚ୍ଛା, ହୃଦୟରେ ବିହନ ପିଣ୍ଡୁଳାରେ ମାକୁ ଦେଲେ ସ୍ଥାନ
ମାତୃ ଦିବସରେ ସମାଜକର୍ମୀଙ୍କ ନିଆରା ଶୁଭେଚ୍ଛା, ହୃଦୟରେ ବିହନ ପିଣ୍ଡୁଳାରେ ମାକୁ ଦେଲେ ସ୍ଥାନ

By

Published : May 9, 2021, 4:47 PM IST

ଭୁବନେଶ୍ବର: ସାରା ବିଶ୍ୱରେ ଆଜି ପାଳନ କରାଯାଉଛି ମାତୃ ଦିବସ । କୋରୋନା ସଂକ୍ରମଣକୁ ଭୟାବହତାକୁ ଦୃଷ୍ଟିରେ ରଖି ଲକଡ଼ାଉନ୍‍ ଜାରି ରହିଥିବାବେଳେ ସମାଜସେବୀ ସୁଶାନ୍ତ ସାହୁ ଏହାକୁ ନିଆରା ଢ଼ଙ୍ଗରେ ପାଳନ କରିବା ସହ ବିଶ୍ୱକୁ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି। ଭୁବନେଶ୍ୱର ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀରେ ରହୁଥିବା ସୁଶାନ୍ତ, ରଙ୍ଗୀନ ମୁରୁଜରେ ଏକ ହାର୍ଟର ଚିତ୍ର ଅଙ୍କନ କରିଛନ୍ତି। ଆଉ ସେ ହାର୍ଟ ମଧ୍ୟରେ ବିହନ ପିଣ୍ଡୁଳାରେ ‘ମାଆ’ କୁ ସ୍ଥାନିତ କରିଛନ୍ତି। ଉଭୟ ଜନ୍ମଦାତ୍ରୀ ଓ ଧରିତ୍ରୀ ମା’ପ୍ରତି ନିଜ କର୍ତ୍ତବ୍ୟ ଓ ସୁରକ୍ଷା ଦିଗରେ ଅବଗତ କରାଇବା ପାଇଁ ସେ ଚେଷ୍ଟା କରିଛନ୍ତି ।

ମାତୃ ଦିବସରେ ସମାଜକର୍ମୀଙ୍କ ନିଆରା ଶୁଭେଚ୍ଛା, ହୃଦୟରେ ବିହନ ପିଣ୍ଡୁଳାରେ ମାକୁ ଦେଲେ ସ୍ଥାନ

ମାଟି, ମଞ୍ଜି, ଓ ଗୋବର ଖତରେ ପ୍ରସ୍ତୁତ ଏହି ବିହନ ପିଣ୍ଡୁଳାଗୁଡ଼ିକ ଟାଙ୍ଗରା ଜମିକୁ ଯେପରି ଶସ୍ୟ ଶ୍ୟାମଳା କରେ, ସେହିପରି ଜଣେ ମାଆ ନିଜ ସନ୍ତାନର ଭବିଷ୍ୟତକୁ ସୁନ୍ଦର କରି ଗଢ଼ି ତୋଳିବାର ସାମର୍ଥ୍ୟ ରଖେ ବୋଲି ସେ ଏହି କଳାକୃତି ମାଧ୍ୟମରେ ବାର୍ତ୍ତା ଦେବାକୁ ଚାହିଁଛନ୍ତି। ମା’ର ପଣତକାନି ଶିଶୁକୁ ନିରାପଦ ଓ ସୁରକ୍ଷିତ ରଖିବାରେ ସହାୟକ ହୁଏ । ତେଣୁ ସେ ଏହା ନିଜ ମା’ତଥା ବିଶ୍ୱର ପ୍ରତ୍ୟେକ ମା’ଙ୍କୁ ଉତ୍ସର୍ଗୀକୃତ କରିଛନ୍ତି।

ମାତୃ ଦିବସରେ ସମାଜକର୍ମୀଙ୍କ ନିଆରା ଶୁଭେଚ୍ଛା, ହୃଦୟରେ ବିହନ ପିଣ୍ଡୁଳାରେ ମାକୁ ଦେଲେ ସ୍ଥାନ

ତେବେ ଏ ଅବସରରେ ସମସ୍ତେ ସବୁଜ ସଂକଳ୍ପ ନେବା ପାଇଁ ମଧ୍ୟ ସୁଶାନ୍ତ ଆହ୍ୱାନ ଦେଇଛନ୍ତି। ତାଙ୍କ ମତରେ ମାଆ ଏକ ପବିତ୍ର ଶବ୍ଦ। ମାଆ ଶବ୍ଦର ଉଚ୍ଚାରଣ ମାତ୍ରେ ସ୍ନେହ, ଶ୍ରଦ୍ଧା ଓ ପ୍ରେମର ଏକ ଅନୁଭବ ହୃଦୟରେ ଭରିଯାଏ। ମା’ କେବଳ ଏକ ସମ୍ବୋଧନ ନୁହେଁ ବରଂ ଏହି ଶବ୍ଦରେ ମମତା ଓ ସହନଶୀଳତା ଲୁଚି ରହିଥିବା ସେ କୁହନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details