ଓଡିଶା

odisha

ETV Bharat / city

କୋରୋନା ନେଇ ଜାତୀୟ ସ୍ବାସ୍ଥ୍ୟ ମିଶନର ସମୀକ୍ଷା ବୈଠକ - କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସମୀକ୍ଷା ବୈଠକ

ଭାରତରେ ମଧ୍ୟ କୋରୋନା ଭାଇରସ ସଂନ୍ଦିଗ୍ଧ ଚିହ୍ନଟ ହୋଇଥିବାବେଳେ କୋରୋନାକୁ ନେଇ ଜାତୀୟ ସ୍ବାସ୍ଥ୍ୟ ମିଶନ(NHM)ରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

corona virus
କରୋନା ନେଇ ସମୀକ୍ଷା ବୈଠକ

By

Published : Feb 4, 2020, 3:24 PM IST

ଭୁବନେଶ୍ବର: ସାରା ବିଶ୍ବରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସରୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି। ଭାରତରେ ମଧ୍ୟ କୋରୋନା ଭାଇରସ ସଂନ୍ଦିଗ୍ଧ ଚିହ୍ନଟ ହୋଇଥିବାବେଳେ ଏହାକୁ ନେଇ ରାଜ୍ୟରେ ସୃଷ୍ଟି ହୋଇଛି କୋକୁଆ ଭୟ । କୋରୋନାକୁ ନେଇ ଜାତୀୟ ସ୍ବାସ୍ଥ୍ୟ ମିଶନ(NHM)ରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

କରୋନା ନେଇ ସମୀକ୍ଷା ବୈଠକ

ଏହି ବୈଠକରେ କୋରୋନା ଭାଇରସର ସଫଳ ମୁକାବିଲା ଓ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲା । ରାଜ୍ୟର ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ 5ଟି, ମୁଖ୍ୟ ହସ୍ପିଟାଲରେ 30 ବେଡ଼ କୋରୋନା ଆକ୍ରାନ୍ତଙ୍କ ପାଇଁ ରଖିବାକୁ କେନ୍ଦ୍ରର ନିର୍ଦ୍ଦେଶ ରହିଛି । ଏହିସବୁ ଦିଗକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସମୀକ୍ଷା ବୈଠକରେ ତଦାରଖ କରିଥିଲେ।


କେନ୍ଦ୍ରର ନିର୍ଦ୍ଦେଶ କ୍ରମେ ଦେଶର 41ଟି ବିମାନବନ୍ଦରକୁ କେନ୍ଦ୍ର ସ୍କ୍ରିନିଂ କରୁଛି । ଏହାସହ ବିମାନ ବନ୍ଦର ଗୁଡିକରେ ଥର୍ମାଲ କ୍ୟାମେରା ଲାଗିଛି । ତେବେ କଟକ SCB ମେଡିକାଲରେ ଥିବା 84 ଶର୍ଯ୍ୟାକୁ 150କୁ ବୃଦ୍ଧି କରାଯାଇପାରେ ।

ତେବେ ଓଡିଶାରେ ସମୁଦାୟ 14 ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ 13 ଜଣ ଚାଇନା ଓ ଜଣେ ଥାଇଲାଣ୍ଡରୁ ଆସିଛନ୍ତି । 2 ଜଣଙ୍କୁ ସନ୍ଦେହରେ SCBରେ ଭର୍ତ୍ତି କରି ଚିକିତ୍ସିତ ହେଉଛନ୍ତି । ସେଥିରୁ 12ଜଣଙ୍କୁ ଘରେ ରଖି ଚିକିତ୍ସା କରାଯାଉ ଥିବାବେଳେ ସେମାନଙ୍କ ଉପରେ ନଜର ରଖାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ DMET ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details