ଓଡିଶା

odisha

ETV Bharat / city

ରାଜଧାନୀ ଦେଇ ଗଡିବ ଆଉ ଏକ ସ୍ପେଶାଲ ଟ୍ରେନ - ଅତ୍ୟାଧୁନିକ ସ୍ଵତନ୍ତ୍ର ଟ୍ରେନ

ଭୁବନେଶ୍ବର ଦେଇ ଗଡିବ ଆଉ ଏକ ଅତ୍ୟାଧୁନିକ ଟ୍ରେନ । ବିଶାଖାପଟ୍ଟନମରୁ ଆହ୍ଲାବାଦକୁ ପୂଜା ଛୁଟି ଓ ଶୀତ ଋତୁରେ ଉପଲବ୍ଧ ହେବ ଏହି ଟ୍ରେନ । ଅଧିକ ପଢ଼ନ୍ତୁ...

ରାଜଧାନୀ ଦେଇ ଗଡିବ ଅତ୍ୟାଧୁନିକ ଟ୍ରେନ

By

Published : Oct 10, 2019, 11:35 PM IST

ଭୁବନେଶ୍ବର: ଏଣିକି ରାଜଧାନୀ ଦେଇ ଗଡିବ ଆଉ ଏକ ଅତ୍ୟାଧୁନିକ ସ୍ଵତନ୍ତ୍ର ଟ୍ରେନ। ବିଶାଖାପଟ୍ଟନମରୁ ଆଲ୍ଲାବାଦକୁ ଯିବା ଆସିବା କରିବ ଏହି ଟ୍ରେନ। ଏଥିରେ ଅତିରିକ୍ତ ଶୋଇବା ସ୍ଥାନ, ଖାଦ୍ୟ ଯୋଗାଇବା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଏହି ସୁବିଧା ବିଶେଷ କରି ପୂଜା ଛୁଟି ଓ ଶୀତ ଋତୁରେ ଉପଲବ୍ଧ ହେବ। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଟ୍ରେନ ବିଜୟନଗରମ, ଶ୍ରୀକାକୁଲମ ଓ ଭୁବନେଶ୍ବର ଦେଇ ବିଶାଖାପଟ୍ଟନମରୁ ସୁବେଦାରଗଞ୍ଜ ଯିବା ଆସିବା କରିବ। ଏହା 8 ତାରିଖରୁ ନଭେମ୍ବର 19 ତାରିଖ ଯାଏ ପ୍ରତି ମଙ୍ଗଳବାର ବିଶାଖାପଟ୍ଟନମରେ ରାତି 11.50, ଅକ୍ଟୋବର 10 ତାରିଖରୁ ନଭେମ୍ବର 21 ତାରିଖ ମଧ୍ୟରେ ପ୍ରତି ଗୁରୁବାର ସୁବେଦାରଗଞ୍ଜରେ ଦିନ 10.10 ଯାଏ ଅଟକିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details