ଓଡିଶା

odisha

ETV Bharat / city

ମନ ମୋର ଗୀତ ଗାଏ... - ସଙ୍ଗୀତ ପ୍ରେମୀ

ରବିନ୍ଦ୍ର ମଣ୍ଡପରେ ସୁର ତରଙ୍ଗ ପକ୍ଷରୁ ଆୟୋଜିତ ହୋଇଥିଲା "ମନ ମୋର ଗୀତ ଗାଏ" ସଙ୍ଗୀତ ଉତ୍ସବ । ସବୁବେଳେ ନିଜ ମନରେ ଗୁଣୁ ଗୁଣାଉଥିବା ସଙ୍ଗୀତ ପ୍ରେମୀମାନେ ମଞ୍ଚରେ ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ଆମୋଦିତ କରିଥିଲେ । ଅଧିକ ପଢ଼ନ୍ତୁ...

ମନ ମୋର ଗୀତ ଗାଏ...

By

Published : Oct 25, 2019, 3:54 AM IST


ଭୁବନେଶ୍ବର: ଆମ ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସଙ୍ଗୀତକୁ ଭଲ ପାଆନ୍ତି। ନିରୋଳା ସମୟରେ ନିଜ ପସନ୍ଦର ଗୀତକୁ ନିଜେ ଗାଇବା ସହିତ ବେଶ ଆନନ୍ଦ ଅନୁଭବ କରନ୍ତି। ସେହି ଗୀତକୁ ଲୋକମାନଙ୍କ ସମ୍ମୁଖରେ ଗାଇବା ପାଇଁ କେବେ ହେଲେ ସାହସ କରିପାରନ୍ତି ନାହିଁ। ସବୁବେଳେ ନିଜ ମନରେ ଗୁଣୁ ଗୁଣାଉଥିବା ଏହି ସଙ୍ଗୀତ ପ୍ରେମୀମାନେ ଗୁରୁବାର ମଞ୍ଚରେ ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ଆମୋଦିତ କରିଥିଲେ।

ମନ ମୋର ଗୀତ ଗାଏ...

ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ସୁର ତରଙ୍ଗ ପକ୍ଷରୁ ଆୟୋଜିତ ହୋଇଥିବା "ମନ ମୋର ଗୀତ ଗାଏ" ସଙ୍ଗୀତ ଉତ୍ସବରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁଥିରେ ଅଭିନେତାଙ୍କଠାରୁ ଆରମ୍ଭ କରି ଡାକ୍ତର, ଇଞ୍ଜିନିୟର, ବ୍ୟାଙ୍କରେ ଚାକିରୀ କରିଥିବା ଅଧିକାରୀଙ୍କ ସମେତ ପୋଲିସ ଓ ସାମ୍ବାଦିକମାନେ ମଧ୍ୟ ଗୀତ ଗାଇ ନିଜ ଭିତରେ ଲୁଚି ରହିଥିବା କଣ୍ଠଶିଳ୍ପୀର ପରିଚୟ ପ୍ରଦାନ କରିଛନ୍ତି।

ଏହି ସଙ୍ଗୀତ ସନ୍ଧ୍ୟା ପ୍ରଥମେ ଅଭିନେତା ସବ୍ୟସାଚୀଙ୍କ ଆସିବାକୁ ଥିବା ଚଳଚ୍ଚିତ୍ର ‘ମାଲ ମହୁ ଜୀବନ ମାଟି’ରୁ ଆରମ୍ଭ ହୋଇଥିଲା। ଯେଉଁଥିରେ ସବ୍ୟସାଚୀ ଅନ୍ୟ ସାଥୀ କଣ୍ଠଶିଳ୍ପୀଙ୍କ ସହିତ ‘ମଲ୍ଲିକା ଚାଲ ଯିବା ଚିଲିକା’ ଗୀତ ଗାଇଥିଲେ। ପରେ ପରେ ଅନ୍ୟମାନେ ବହୁ ସୃତି ମଧୁର ଗୀତ ପରିବେଷଣ କରି ବର୍ଷା ଭିଜା ଶୀତୁଆ ସନ୍ଧ୍ୟାରେ ବେଶ ଉଷ୍ମତା ଭରି ଦେଇଥିଲେ। ଏହି ଅବସରରେ ଗୀତ ଗାଇଥିବା ଅନ୍ୟମାନେ ହେଲେ ଓଡିଶା ନାଟ୍ୟ ସଙ୍ଘ ସଭାପତି ହରେନ ସାହୁ, ସାମ୍ବାଦିକ ଦିଲ୍ଲୀପ ବିଷୋୟୀ, ବିଶ୍ବ ରଞ୍ଜନ ମିଶ୍ର, ଚକ୍ରଧର ନାୟକ, କେଦାର ପାତ୍ର, କମଳାକାନ୍ତ ମହାନ୍ତି, ବଦ୍ରି ନାରାୟଣ ପଟ୍ଟନାୟକ, ତୁଷାର ଜେନା, ଜାହ୍ନବୀ ଦେଓ, ମମତା ତ୍ରିପାଠୀ ଓ ଅନ୍ୟମାନେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details