ଓଡିଶା

odisha

ETV Bharat / city

ସୁରକ୍ଷିତ ହେବ ସମୁଦ୍ରତଟ ଓ ଲୁଣିବନ୍ଧ, NIOT ସହିତ ଚୁକ୍ତି କଲା ରାଜ୍ୟ - ଭୁବନେଶ୍ବର ଖବର

ଜଳ ସମ୍ପଦ ବିଭାଗ ଓ ରାଷ୍ଟ୍ରୀୟ ସାମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନ(NIOT)ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଏ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ । ଅଧିକ ପଢନ୍ତୁ

ସୁରକ୍ଷିତ ହେବ ସମୁଦ୍ରତଟ ଓ ଲୁଣିବନ୍ଧ,NIOT ସହିତ ଚୁକ୍ତି କଲା ରାଜ୍ୟ
ସୁରକ୍ଷିତ ହେବ ସମୁଦ୍ରତଟ ଓ ଲୁଣିବନ୍ଧ,NIOT ସହିତ ଚୁକ୍ତି କଲା ରାଜ୍ୟ

By

Published : Aug 11, 2022, 8:52 AM IST

ଭୁବନେଶ୍ବର: ସୁରକ୍ଷିତ ହେବ ଓଡିଶାରେ ସମୁଦ୍ର ତଟ ଓ ଲୁଣିବନ୍ଧ । ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ନିଜସ୍ଵ ଉଦ୍ୟମରେ ପ୍ରଚେଷ୍ଟା କରୁଛି ରାଜ୍ୟ । ଏନେଇ ଜଳ ସମ୍ପଦ ବିଭାଗ ଓ ରାଷ୍ଟ୍ରୀୟ ସାମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନ(NIOT)ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ବିଭାଗର ସମ୍ମିଳନୀ କକ୍ଷରେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।

ସୁରକ୍ଷିତ ହେବ ସମୁଦ୍ରତଟ ଓ ଲୁଣିବନ୍ଧ,NIOT ସହିତ ଚୁକ୍ତି କଲା ରାଜ୍ୟ

ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ବିଜୟ କୁମାର ମିଶ୍ର ଏବଂ NIOTର ନିର୍ଦ୍ଦେଶକ ଡଃ. ଜି.ଏ. ରାମଦାସଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି ଯେ, ‘‘ଓଡିଶାକୁ ବନ୍ୟା ଓ ବାତ୍ୟାର ଚିର ସହଚର ବୋଲି କୁହାଯାଇଥାଏ । ପ୍ରାକୃତିକ ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତନ ହେତୁ ଓଡିଶାରେ ବିଭିନ୍ନ ସମୟରେ ବନ୍ୟା ବାତ୍ୟା ଲାଗି ରହିଥାଏ । ଏହି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି କହିଛନ୍ତି । ଏଣୁ 5 ବର୍ଷ ପାଇଁ ଆଜିର ଏହି ବୁଝାମଣା ପତ୍ର ସ୍ବାକ୍ଷର କରାଯାଇଛି । ଆଗାମୀ ଦିନରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଅନ୍ତର୍ଗତ ସମୁଦ୍ରର ତଟ ସୁରକ୍ଷା ଓ ଲୁଣିବନ୍ଧ ସୁରକ୍ଷାରେ ସହାୟକ ହେବ ।’’

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଷଦ୍ ଭାବେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘‘ଏହି ଚୁକ୍ତିନାମା ଅନୁସାରେ NIOT ରାଜ୍ୟର ଜଳବାୟୁ ପରିବର୍ତ୍ତନ ପ୍ରତିରୋଧକ ସମୁଦ୍ର ତଟ ସୁରକ୍ଷା ଓ ଲୁଣିବନ୍ଧ ଗୁଡିକର ସୁଦୃଢୀକରଣ ନିମନ୍ତେ ଆବଶ୍ୟକ ହେଉଥିବା ବୈଷୟିକ ଜ୍ଞାନ କୌଶଳ, ଡିଜାଇନ, ପ୍ରଦାନ କରିବା ସହିତ କାର୍ଯ୍ୟ ସମ୍ପାଦନ, ବିଭାଗୀୟ ଯନ୍ତ୍ରୀମାନଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶରେ ସହାୟତା ଯୋଗାଇଦେବେ । ସରକାରଙ୍କ ଏହି ଚୁକ୍ତିନାମା ଫଳରେ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମର ଲୋକମାନେ ଉପକୃତ ହେବେ । ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାକୃତିକ ଦୁର୍ବିପାକ ଜନିତ କ୍ଷୟକ୍ଷତିର ଆଶଙ୍କା ହ୍ରାସ କରିବା ଦିଗରେ ଏହି ଚୁକ୍ତିନାମା ଭବିଷ୍ୟତରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ’’ ।

ଦେଶରେ ଉପଲବ୍ଧ ହେଉଥିବା ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ଜ୍ଞାନ କୌଶଳ ଯୋଗାଇ ଦେବାରେ National Institute of Ocean Technology, Chennai ଏକ ଅଗ୍ରଣୀ ଅନୁଷ୍ଠାନ । ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଥାଏ । ଓଡିଶାରେ ପ୍ରାୟ ୪୮୦କି.ମି. ଦୈର୍ଘ୍ୟ ବିଶିଷ୍ଟ ବଙ୍ଗୋପସାଗର ତଟ ଅବସ୍ଥିତ । ବାତ୍ୟା ସମୟରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସୁଉଚ୍ଚ ଲହଡି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ଦୃତ ବେଗରେ ପ୍ରବେଶ କରିବା ଫଳରେ ଅନେକ ଧନ ଜୀବନ କ୍ଷୟକ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଥାଏ । ବିଗତ କିଛି ବର୍ଷ ମଧ୍ୟରେ ଅନେକ ସ୍ଥାନରେ ସମୁଦ୍ର ତଟ କ୍ଷୟ ହେବାର ପରିଲକ୍ଷିତ ହୋଇଥିବା ଦୃଷ୍ଟିରୁ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ରାଜ୍ୟ ସରକାର ଜଳବାୟୁ ପରିବର୍ତ୍ତନ ପ୍ରତିରୋଧକ ସମୁଦ୍ର ତଟ ସୁରକ୍ଷା ଓ ସମୁଦ୍ର ନିକଟସ୍ଥ ଲୁଣିବନ୍ଧ ଗୁଡିକର ସୁଦୃଢୀକରଣ ପାଇଁ ଯୋଜନା କରିଛନ୍ତି ।

ଏଥିରେ ଜଳ ସମ୍ପଦ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ବିଭାଗର ବରିଷ୍ଠ ଅଧିକାରୀ ଓ NIOTର ବୈଜ୍ଞାନିକମାନେ ଉପସ୍ଥିତ ଥିଲେ । ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details