ଓଡିଶା

odisha

ETV Bharat / city

ମଣିଷ ଚାଲାଣକାରୀ ମହିଳା କବଳରୁ ଓଡିଶା ନାବାଳିକାକୁ ବଞ୍ଚାଇଲା କାନପୁର ପୋଲିସ

ଓଡାଶାର ଜଣେ ନାବାଳିକାକୁ ମଣିଷ ଚାଲାଣକାରୀ ମଳିଳା କବଳରୁ ବଞ୍ଚାଇଛି କାନପୁର ପୋଲିସ । ମହିଳା ଜଣକ ମଣିଷ ଚାଲାଣକାରୀ ହୋଇଥିବା ବେଳେ ସେ ଏହି ନାବାଳିକାକୁ ବେଶ୍ୟାବୃତ୍ତିରେ ଲଗାଇବାକୁ ଚାହୁଁଥିଲା । ଅଧିକ ପଢନ୍ତୁ...

By

Published : Sep 30, 2020, 10:08 PM IST

ମଣିଷ ଚାଲାଣକାରୀ ମହିଳା କବଳରୁ ଓଡିଶାର ନାବାଳିକାକୁ ବଞ୍ଚାଇଲା କାନପୁର ପୋଲିସ
ମଣିଷ ଚାଲାଣକାରୀ ମହିଳା କବଳରୁ ଓଡିଶାର ନାବାଳିକାକୁ ବଞ୍ଚାଇଲା କାନପୁର ପୋଲିସ

କାନପୁର: ଓଡାଶାର ଜଣେ ନାବାଳିକାକୁ ମଣିଷ ଚାଲାଣକାରୀ ମଳିଳା କବଳରୁ ବଞ୍ଚାଇଛି କାନପୁର ପୋଲିସ । 17 ବର୍ଷିୟ ଏହି ନାବାଳିକାର ଘର କଳାହାଣ୍ଡି ଜିଲ୍ଲାର ବୋଲି ସୂଚନା ମିଳିଛି । ନାବାଳିକାର ନିଖୋଜ ହେବା ନେଇ ପରିବାର ଲୋକେ ଧର୍ମଗଡ ଥାନାରେ ଏତଲା ଦାଏର କରିଥିଲେ ।

ପୋଲିସର ସୂଚନା ଅନୁଯାୟୀ ସାଇବର ସେଲ ଜରିଆରେ ନାବାଳିକାର ମୋବାଇଲ ଫୋନ ଟ୍ରାକ କରାଯିବା ପରେ ସେ ନଦିଆରେ ଥିବା ଜଣାପଡିଥିଲା । ଏହାପରେ ପୋଲିସର ଏକ ଟିମ ଆରମ୍ଭ କରିଥିଲା ଛାନଭିନ । ସେତେବଳେକୁ ଅଭିଯୁକ୍ତ ମହିଳା ନାବାଳିକାକୁ ନେଇ ଟ୍ରେନରେ ରାଜସ୍ଥାନ ଯାଇସାରିଥିଲା । 27 ସେପ୍ଟେମ୍ବରରେ ରେଳବାଇ ସୁରକ୍ଷାବଳକୁ ମହିଳାକୁ କାନପୁରରେ ଧରିବାରେ ସଫଳ ହୋଇହେବା ସହ ନାବାଳିକାକୁ ଉଦ୍ଧାର କରିଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମହିଳା ଜଣକ ମଣିଷ ଚାଲାଣକାରୀ ହୋଇଥିବା ବେଳେ ସେ ଏହି ନାବାଳିକାକୁ ବେଶ୍ୟାବୃତ୍ତିରେ ଲଗାଇବାକୁ ଚାହୁଁଥିଲା । ତେବେ ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details