ଭୁବନେଶ୍ବର: ଓଡିଶା ଚିକିତ୍ସା କ୍ଷେତ୍ରରେ ବିରାଟ ସଫଳତା । ରାଜ୍ୟରେ ପ୍ରଥମଥର ପାଇଁ ହୋଇଛି ସଫଳ ଲିଭର ପ୍ରତ୍ୟାରୋପଣ । ବାପାକୁ ଲିଭର ଦେଇ ଜୀବନ ବଞ୍ଚାଇଛି ପୁଅ । ଆଉ ଏଭଳି ବିରଳ ପ୍ରତ୍ୟାରୋପଣ କରି ଇତିହାସ ରହିଛି ସମ୍ ହସ୍ପିଟାଲ ।
ବାଲେଶ୍ବରର କଣ୍ଟିଆ ଟିକାର ଅଞ୍ଚଳର ଜୟନ୍ତ ବିଶ୍ବାଳଙ୍କ ଶରୀରରେ ଲାଗିଛି ତାଙ୍କ ପୁଅର ଲିଭର । ଗୁଜୁରାଟରେ ଶିକ୍ଷକତା କରୁଥିବା ଜୟନ୍ତଙ୍କ ଗତ 2016 ମସିହାରେ ଦେହ ଖରାପ ହେବାରେ ଲାଗିଥିଲା । ଡାକ୍ତରଙ୍କୁ ଦେଖାଇବା ପରେ ଜଣାପଡିଲା କି ଲିଭର ପ୍ରତିରୋପଣ କରାଯିବ । ତେବେ ଏହାକୁ ନେଇ ପରିବାର ଲୋକ ଭାରତର ଅନେକ ବଡ ବଡ ହସ୍ପିଟାଲରେ ଦେଖାଇଥିଲେ । ଏପରିକି ଲିଭର ପ୍ରତ୍ୟାରୋପଣ ପାଇଁ ଅର୍ଥ ସାଜିଥିଲା ବାଧକ । ଶେଷରେ ସେ ପହଞ୍ଚିଥିଲେ ସମ ହସ୍ପିଟାଲରେ । ଜୟନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ପରେ ଜୟନ୍ତଙ୍କ ଲିଭର ପ୍ରତିରୋପଣ କରିବାକୁ ଡାକ୍ତର ଆରମ୍ଭ କରିଥିଲେ ପ୍ରୟାସ ।