ଓଡିଶା

odisha

ETV Bharat / city

ମୂର୍ତ୍ତି ଉଚ୍ଚତା କେଁ, ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର - Bharatiya Janata Yuva Morcha

ରାଜ୍ୟ ସରକାରଙ୍କ ପାର୍ବଣ କୋଭିଡ ଗାଇଡଲାଇନ ମୁତାବକ ଚଳିତ ବର୍ଷ ମଧ୍ୟ ମୃଣ୍ମୟୀ ମୂର୍ତ୍ତି ଉଚ୍ଚତାକୁ ୪ଫୁଟରୁ ଅଧିକ କରିବାକୁ ବାରଣ କରାଯାଇଛି । ଏହାକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ଭାରତୀୟ ଜନତା ଯୁବମୋର୍ଚ୍ଚା । ଅଧିକ ପଢ଼ନ୍ତୁ...

ମୂର୍ତ୍ତି ଉଚ୍ଚତା କେଁ, ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର
ମୂର୍ତ୍ତି ଉଚ୍ଚତା କେଁ, ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର

By

Published : Sep 14, 2021, 10:19 PM IST

ଭୁବନେଶ୍ବର:ଗଶେଶ ପୂଜାରେ ଆରମ୍ଭ ହୋଇଛି ପାର୍ବଣ ଋତୁ । କିନ୍ତୁ ରାଜ୍ୟ ସରକାରଙ୍କ ପାର୍ବଣ କୋଭିଡ ଗାଇଡଲାଇନ ମୁତାବକ ଚଳିତ ବର୍ଷ ମଧ୍ୟ ମୃଣ୍ମୟୀ ମୂର୍ତ୍ତି ଉଚ୍ଚତାକୁ ୪ଫୁଟରୁ ଅଧିକ କରିବାକୁ ବାରଣ କରାଯାଇଛି । ଏହାକୁ ନେଇ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର କରିଛି ଭାରତୀୟ ଜନତା ଯୁବମୋର୍ଚ୍ଚା । ମୂର୍ତ୍ତି ଉଚ୍ଚତା ନିୟମକୁ ପ୍ରତିହାର କରାଯାଉ ବୋଲି ଦାବି କରିଛି ଭାରତୀୟ ଜନତା ଯୁବମୋର୍ଚ୍ଚା ।

ମୂର୍ତ୍ତି ଉଚ୍ଚତା କେଁ, ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର

ଓଡ଼ିଶାର ସଂସ୍କୃତି ତଥା ପର୍ବପର୍ବାଣୀ ଲୋକମାନଙ୍କ ହୃଦୟରେ ଏକ ନୂତନ ଜୀବନ ଭରି ଦେଇଥାଏ । ଏହି ପାର୍ବଣ ପର୍ବ ଆସିଲେ କଟକ ସହର ସତେ ଯେମିତି ଆଲୋକମାଳା, ପିଠାପଣା ଓ ଭାଇଚାରାର ଏକ ଅର୍ପୂବ ଉଦାହରଣ ସୃଷ୍ଟି ହୋଇଥାଏ । କୋରୋନା ମହାମାରୀ ସମୟରେ ଯେତେବେଳେ ସମସ୍ତ କାର୍ଯ୍ୟ ସଠିକ ଢଙ୍ଗରେ ଚାଲିଛି । କିନ୍ତୁ ଦଶହରା ପର୍ବରେ ମା'ଙ୍କର ମୂର୍ତ୍ତିରେ ବାଛବିଚାର କରାଯାଉଛି । କୋରୋନା ମହାମାରୀ ସମୟରେ ରାଜନୈତିକ ସଭା, ଫଳକ ଉଦଘାଟନ, ରାଜନୈତିକ ବୈଠକ ସୁରୁଖୁରୁରେ ହେଉଛି । ତେବେ ମା' ଦୁର୍ଗାଙ୍କ ମୂର୍ତ୍ତି 4ଫୁଟ ଭିତରେ ସୀମିତ ରଖିବା ସହ ମୂର୍ତ୍ତି ସମ୍ମୁଖରେ ପରଦା ଢାଙ୍କି ପୂଜା କରିବାକୁ ବିରୋଧ କରିଛନ୍ତି ଭାରତୀୟ ଜନତା ଯୁବମୋର୍ଚ୍ଚା ।


ଗତ ସେପ୍ଟେମ୍ବର ୧୦ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତନ୍ତ୍ର ରିଲିଫ୍ କମିଶନର କଟକରେ ମା'ଙ୍କ ମୂର୍ତ୍ତି କେବଳ ୪ ଫୁଟ ଭିତରେ ସୀମିତ ରହିବ ବୋଲି କୁହାଯାଇଥିଲା । ଏହା କଟକର ସମସ୍ତ ଜନସାଧାରଣଙ୍କ ମନରେ ଦୁଃଖ ଦେବା ସହିତ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି । ଏହାକୁ ନେଇ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details