ଓଡିଶା

odisha

ETV Bharat / city

ରାଜଧାନୀରେ ଘରେ ପଶି କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଘରେ ପଶି କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ରଙ୍ଗମିସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

By

Published : Nov 11, 2019, 8:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା । ଘରେ ପଶି କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ରାଜଧାନୀ କ୍ୟାପିଟାଲ ଥାନା ଅଞ୍ଚଳରୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ଛାତ୍ରୀ ଜଣକ ଘରେ ଏକାକୀ ଥିବାବେଳେ ଅଭିଯୁକ୍ତ ରଙ୍ଗମିସ୍ତ୍ରୀ ଜଣକ ଘରେ ପଶିଥିଲା । ଏହା ପରେ ଛାତ୍ରୀକୁ ଟଣାଓଟରା କରିବା ସହ ଅସଦାଚରଣ କରିଥିଲା । ଏନେଇ ଛାତ୍ରୀ ଜଣକ ଥାନାରେ ରିପୋର୍ଟ କରିବା ପରେ କମିଶନରେଟ ପୋଲିସ ଅଭିଯୁକ୍ତ ଅଜୟ ବାଗକୁ ଗିରଫ କରିଛି । ଧାରା 452, 453 ଏବଂ 354ରେ ଗିରଫ କରି ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ତେବେ ଅଭିଯୁକ୍ତ ଅଜୟ ବାଗର ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଥିବାବେଳେ ଭୁବନେଶ୍ବରରେ ସେ ଜଣେ ରଙ୍ଗମିସ୍ତ୍ରୀ ଭାବେ କାମ କରୁଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details