ଓଡିଶା

odisha

ETV Bharat / city

ବିନା ଡ୍ରାଇଭିଂ ଲାଇସେନ୍ସରେ ଚାଲୁଥିଲା ଗାଡି, ରାଜଧାନୀରୁ କାର ଚାଳକ ଗିରଫ

ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚାଳନା ପଡିଲା ମହଙ୍ଗା । ଚାଳକଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

ବିନା ଡ୍ରାଇଭିଂ ଲାଇସେନ୍ସରେ ଗଡୁଥିଲା ଗାଡି, ରାଜଧାନୀରେ ଗିରଫ ହେଲେ କାର ଚାଳକ
ବିନା ଡ୍ରାଇଭିଂ ଲାଇସେନ୍ସରେ ଗଡୁଥିଲା ଗାଡି, ରାଜଧାନୀରେ ଗିରଫ ହେଲେ କାର ଚାଳକ

By

Published : Jul 29, 2021, 9:10 PM IST

ଭୁବନେଶ୍ବର: ହୁସିଆର ! ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ଭାରି ପଡିପାରେ ନୂଆ ମୋଟର ଯାନ ନିୟମ । ଯାହାର ଆଧାରରେ ଗୁରୁବାର ରାଜଧାନୀର ଜଣେ କାର ଚାଳକକୁ ଗିରଫ କରିଛି କମିସନରେଟ ପୋଲିସ । ଯିଏ କି ବିନା ଲାଇସେନ୍ସରେ ଗାଡ଼ି ଚଲାଇବା ସହ ରାଜମହଲ ଛକରେ ପୋଲିସ ଚେକିଂରେ ଧରାପଡିଥିଲେ । ପୋଲିସ ଯୁବକଙ୍କୁ ଗିରଫ କରିବା ସହ ଗାଡିକୁ ଜବତ କରିଛି ।

ସମ୍ପୃକ୍ତ ଯୁବକ ଜଣକ ତମାଣ୍ଡୋ ଅଞ୍ଚଳର ଅମୂଲ୍ୟ ନନ୍ଦ । ମୋଟରଯାନ ଆଇନ ଧାରାU/s. 181/184 (b)(e)(f)/185 MV ଆକ୍ଟରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details