ଓଡିଶା

odisha

Cyclone Update: ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, ଆସନ୍ତାକାଲି ନେବ ଲଘୁଚାପ ରୂପ

By

Published : May 5, 2022, 8:43 AM IST

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏ ଯାଏଁ ବି ବାତ୍ୟା ସୃଷ୍ଟି ନେଇ ଚିତ୍ର ଅସ୍ପଷ୍ଟ । ଅଧିକ ପଢନ୍ତୁ

Cyclone Update: 6ରେ ଲଘୁଚାପ, ଏବେ ବି ବାତ୍ୟା ଚିତ୍ର ଅସ୍ପଷ୍ଟ
Cyclone Update: 6ରେ ଲଘୁଚାପ, ଏବେ ବି ବାତ୍ୟା ଚିତ୍ର ଅସ୍ପଷ୍ଟ

ଭୁବନେଶ୍ବର:ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାଯୋଗୁଁ ଦକ୍ଷିଣ ଆଣ୍ଡାମାନ ସାଗର ଅଶାନ୍ତ ହେଉଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ମଧ୍ୟରେ ବା 6 ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ରୂପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ବର୍ତ୍ତମାନର ପାରିପାର୍ଶ୍ବିକ ସ୍ଥିତି ଅନୁକୂଳ ଥିବାରୁ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ । ଏହା ପ୍ରଭାବରେ 5 ତାରିଖରୁ ଦକ୍ଷିଣ ଆଣ୍ଡାମାନ ସାଗର ତଥା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳ ଏବଂ ପୂର୍ବ କେନ୍ଦ୍ରୀୟ ଅଞ୍ଚଳରେ ପବନର ବେଗ 40 ରୁ 50 କିମି ରହିବ । ତେବେ ଏହି ଅବପାତ ବାତ୍ୟା ରୂପ ନେବ କି ନାହିଁ ସେନେଇ ପାଣିପାଗ ବିଭାଗ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଦେଇନାହିଁ ।

ସେହିପରି ୬ ତାରିଖରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବର୍ଷା ଆରମ୍ଭ ହେବ । ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ । 8 ତାରିଖ ବେଳକୁ ପବନର ବେଗ କ୍ରମଶଃ ବୃଦ୍ଧି ପାଇ ସର୍ବାଧିକ 75 କିମି ବେଗରେ ବହିପାରେ । ତେଣୁ ସମୁଦ୍ର ଅଧିକ ଅଶାନ୍ତ ଥିବାର ସମ୍ଭାବନା ଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଏବେ ବି ବାତ୍ୟା ସୃଷ୍ଟି ନେଇ ଚିତ୍ର ଅସ୍ପଷ୍ଟ ରହିଛି । ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ ଶୁକ୍ରବାର ବାତ୍ୟାର ତୀବ୍ରତା ଏବଂ ଏହା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଜଣାପଡ଼ିବ ।

ଅନ୍ୟପଟେ ଅନେକ ସହରରେ ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ୪୨ ଡିଗ୍ରୀରୁ ଉର୍ଦ୍ଧ୍ବ ତାପମାତ୍ରା ରହିବ । ମୋଟାମୋଟି ଭାବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏହା ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରହିବ । ଏହାସହ ପ୍ରବଳ ଗୁଳିଗୁଳି ମଧ୍ୟ ଅନୁଭବ ହେବ । ଯାହା ଫଳରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details