ଓଡିଶା

odisha

ETV Bharat / city

ଲୁଲୁ ମହାପାତ୍ରଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର - to commemorate lulu mohapatra birth anniversary

ଆସନ୍ତା ଫେବୃୟାରୀ 14ରେ ବିଶିଷ୍ଟ ଜନନାୟକ ଲୁଲୁ ମହାପାତ୍ରଙ୍କ ଜନ୍ମ ଜୟନ୍ତୀରେ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଉଥିବା ସୂଚନା ମିଳିଛି।

ଲୁଲୁଙ୍କ ଜନ୍ମ ଜୟନ୍ତୀରେ ରକ୍ତଦାନ ଶିବିର
ଲୁଲୁଙ୍କ ଜନ୍ମ ଜୟନ୍ତୀରେ ରକ୍ତଦାନ ଶିବିର

By

Published : Feb 10, 2021, 5:14 PM IST

ଭୁବନେଶ୍ବର: ବିଶିଷ୍ଟ ଯୁବନେତା, ପୂର୍ବତନ ବିଧାୟକ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କ 57 ତମ ଜନ୍ମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହେବାକୁ ଯାଉଛି ।

ଲୁଲୁଙ୍କ ଜନ୍ମ ଜୟନ୍ତୀରେ ରକ୍ତଦାନ ଶିବିର

ଆସନ୍ତା ରବିବାର ଅର୍ଥାତ ଫେବୃୟାରୀ 14ରେ ବିଶିଷ୍ଟ ଜନନାୟକ ଲୁଲୁ ମହାପାତ୍ରଙ୍କ ଜନ୍ମ ଜୟନ୍ତୀରେ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଉଥିବା ସୂଚନା ମିଳିଛି। ଲୁଲୁ ମହାପାତ୍ରଙ୍କ ସହିତ ଅଙ୍ଗାଙ୍ଗି ଭାବେ ଜଡିତ ତାଙ୍କର ସହକର୍ମୀ ଅମୀୟ ଦାସଙ୍କ ଦ୍ଵାରା ଏହି ରକ୍ତଦାନ ଶିବିର ଆୟୋଜନ କରାଯାଉଥିବା ଆଜି(ବୁଧବାର) ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେଉଥିବା ପଶୁପକ୍ଷୀଙ୍କ ସେବା ଯୋଗାଇବା ପାଇଁ କାର୍ଯ୍ୟ କରୁଥିବା ଏକ ଅନୁଷ୍ଠାନକୁ ଆମ୍ବୁଲାନ୍ସ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details