ଭୁବନେଶ୍ବର: ସୁନ୍ଦରୀ ତରୁଣୀର ଇନସ୍ୟୁରାନ୍ସ କଲ। ଇନସୁରାନ୍ସ କରାଇବା ବାହାନାରେ ଘରକୁ ଆସିବାକୁ ଅଫର। ଇନସ୍ୟୁରାନ୍ସ ଏଜେଣ୍ଟ ଆଳରେ ସୁନ୍ଦରୀ ତରୁଣି ଘରକୁ ଆସି ବିଛାଉଛନ୍ତି ଲୁଟର ଜାଲ। ରାତ୍ରି ଯାପନ କରିବାକୁ ଅଫର ଦେଇ ରାତିରେ ରହି ଲୁଟପାଟ କରୁଥିଲେ। ଏମିତି ଜଣେ ଲେଡିକୁ ଗିରଫ କରିଛି କମିସନରେଟ ପୋଲିସ। ନା ତାଙ୍କର ପିହୁ ବିଶ୍ବାସ ଘର ପଶ୍ଚିମବଙ୍ଗ। ସେ ପୂର୍ବରୁ ମଧ୍ୟ କୋଲକାତା ପୋଲିସ ଦ୍ଵାରା ସମାନ ତରିକାରେ କ୍ରାଇମ କରି ଗିରଫ ହୋଇଥିଲେ।
ତେବେ ଏକୁଟିଆ ଥିବା ଯୁବକ ଓ ବିବାହିତ ଲୋକଙ୍କୁ ଟାର୍ଗେଟ କରୁଥିଲେ। ଚାକିରି କରିଥିବା ଯୁବକ ବା ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କୁ ହ୍ବାଟସଆପରେ ଟାର୍ଗେଟ କରି ଚାଟ କରୁଥିଲେ। ଇନସ୍ୟୁରାନ୍ସ ଏଜେଣ୍ଟ କହି ହ୍ବାଟସପରେ ସୁମଧୁର ସ୍ବରରେ ସମ୍ପର୍କ ବଢାଉଥିଲେ। ଏପରିକି ଇନସ୍ୟୁରାନ୍ସ ବିଷୟରେ ବୁଝାଇବା ବାହାନାରେ ଘରକୁ ଆସିବାକୁ ଅଫର କରୁଥିଲେ। ଏପରିକି ଘରେ କେହି ନଥିଲେ ଏକୁଟିଆ ରାତ୍ରିଯାପନ ପାଇଁ ମଧ୍ୟ ଉସୁକାଉଥିଲେ। ଫ୍ଲାଟ ହେଉ ବା ଜନଗହଳି ସ୍ଥାନ ସୋସାଇଟିରେ ରହୁଥିଲେ ବି ଭୟ ନଥିଲା। ନିଜକୁ ଇନସ୍ୟୁରାନ୍ସ ଏଜେଣ୍ଟର ପରିଚୟ ଦେଇ ସବୁ ସ୍ଥାନକୁ ବିନା ସନ୍ଦେହରେ ଆସୁଥିଲେ। ଏପରିକି ଘରେ କେହି ନଥିବା ଯୁବକଙ୍କ ଘରକୁ ଇନସୁରାନ୍ସ ଏଜେଣ୍ଟ କହି ଆସୁଥିଲେ।