ଓଡିଶା

odisha

ETV Bharat / city

ଉଲରେ କଳାକୃତି କରି ଗିିନିଜ ବୁକ ଅଫ ରେକର୍ଡରେ କନେଷ୍ଟବଳ ସନ୍ଧ୍ୟାରାଣୀ

ବୁକ୍‌ ଅଫ ରେକର୍ଡରେ ନାଁ ଲେଖିଲେ ଲେଡି କନେଷ୍ଟବଳ । ନିଜ ପ୍ରଶାସନିକ କାର୍ଯ୍ୟ ପାଇଁ ନୁହେଁ ବରଂ ଉଲ ବୁଣି ହାସଲ କରିଛନ୍ତି ଏହି କୃତିତ୍ବ । ଅଧିକ ପଢନ୍ତୁ...

ଉଲ ବୁଣି ଗିିନିଜ ବୁକ ଅଫ ରେକର୍ଡରେ ସନ୍ଧ୍ୟାରାଣୀ
ଉଲ ବୁଣି ଗିିନିଜ ବୁକ ଅଫ ରେକର୍ଡରେ ସନ୍ଧ୍ୟାରାଣୀ

By

Published : Nov 17, 2020, 7:50 PM IST

ଭୁବନେଶ୍ବର: ଗିନିଜ ବୁକ୍‌ ଅଫ ୱାଲ୍ଡରେ ମହିଳା କନେଷ୍ଟବଳ । କନ୍ଧମାଳ ଜିଲ୍ଲା ଉପାନ୍ତ ଅଞ୍ଚଳର ହୋଇ ମଧ୍ୟ ହାସଲ କରିଛନ୍ତି ଏହି କୃତିତ୍ବ । ପ୍ରଶାସନିକ କାର୍ଯ୍ୟ ପାଇଁ ନୁହେଁ ବରଂ ଉଲ ବୁଣି ଏହି ୱାଲ୍ଡ ରେକର୍ଡରେ ପାଇଛନ୍ତି ସ୍ଥାନ । ଆମେ କହୁଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ଚକାପଦା ଗାଁର ସନ୍ଧ୍ୟାରାଣୀଙ୍କ କଥା ।

ଉଲ ବୁଣି ଗିିନିଜ ବୁକ ଅଫ ରେକର୍ଡ

ସନ୍ଧ୍ୟାରାଣୀ ବେହେରା ଜଣେ ରେଲୱେ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ । ପ୍ରଥମେ କନ୍ଧମାଳରେ ତାଙ୍କୁ ନିଯୁକ୍ତ ମିଳିଥିଲା । 2016ରୁ ଖୋର୍ଦ୍ଧା ରେଲୱେରେ କାର୍ଯ୍ୟରତ । ସ୍ବେଟର, ମଫଲର, ସାଲ ଭଳି ଶୀତ ପୋଷକ ତିଆରି କରିବା ସହ ଓଡିଆର ମଉଡ ମଣି ଜଗନ୍ନାଥ ଓ ସାନ୍ଥା କ୍ଲଜ ପ୍ରତିଛବି ଅତି ସୁନ୍ଦର ଭାବେ ସେ ବୁଣିଛନ୍ତି । ବର୍ତ୍ତମାନର ସମୟକୁ ଦେଖି ଭିନ୍ନ ଭିନ୍ନ ଡିଜାଇନର ମାସ୍କ ବି ପ୍ରସ୍ତୁତ କରୁଛନ୍ତି । ଯାହାକୁ ସେ ତୋଶାଳୀ ମେଳା ଭଳି ଅନ୍ୟାନ୍ୟ ମେଳାରେ ବିକ୍ରି କରି ଅଧିକା ଦୁଇ ପଇସା ଇନକମ କରିପାରୁଛନ୍ତି ।

ବର୍ତ୍ତମାନ କନେଷ୍ଟବଳ ସନ୍ଧ୍ୟାରାଣୀଙ୍କୁ ନୂଆ ପରିଚୟ ଦେଇଛି ଏହି ଉଲ କାର୍ଯ୍ୟ । ଚାକିରିର ବ୍ୟସ୍ତତା ମଧ୍ୟରେ ବୁଣାବୁଣି କରି ଦେଶ-ବିଦେଶରେ ହୋଇପାରିଛନ୍ତି ପ୍ରଶଂସିତ । ଗିନିଜ ଅଫ ୱାର୍ଲ୍ଡରେ ଲେଖିଛନ୍ତି ନିଜ ନାଁ । ପେଶାରେ ରେଲୱେ ପୋଲିସ କନେଷ୍ଟବଳ ହେଲେ ନିଶା ଉଲରେ ବୁଣାବୁଣି କରିବା । ପିଲାଟି ବେଳୁ ଫ୍ୟାଶନ ଡିଜାଇନର ଇଚ୍ଛା ରଖିଥିବା ସନ୍ଧ୍ୟାରଣୀ ଆଜି ଉଲ ଟ୍ରେନର ସାଜିଛନ୍ତି । ଗାଁ ଗହଳିର ମହିଳାଙ୍କୁ ଶିଖାଉଛନ୍ତି ଉଲ କାମ । କଟକ, ଜଗତସିଂହପୁର, ବାଲେଶ୍ବର, ମୟୂରଭଞ୍ଜ ଓ କନ୍ଧମାଳର ପ୍ରାୟ 400 ମହିଳାଙ୍କୁ ଅନଲାଇନ ମାଧ୍ୟମରେ ଦେଉଛନ୍ତି ପ୍ରଶିକ୍ଷଣ । ସନ୍ଧ୍ୟାରାଣୀ କୁହନ୍ତି, ଓଡିଶାରୁ ଧୀରେ ଧୀରେ ଉଲ କାର୍ଯ୍ୟ ଲୋପ ବସିଛି । ଶୀତ ବସ୍ତ୍ର ହେଉ କିମ୍ବା ଅନ୍ୟାନ୍ୟ ଉଲ କାର୍ଯ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହୋଇପଡିଛେ । ତେଣୁ ଘରେ ଖାଲି ସମୟରେ ବସିବା ଅପେକ୍ଷା ଏସବୁ ବୁଣାବୁଣି କରି ନିଜେ ସ୍ବାବଲମ୍ବୀ ହେବା ସହ ଉଲ ବୁଣା କାର୍ଯ୍ୟ ଜାରି ରଖାଯାଇପାରିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details