ଓଡିଶା

odisha

କୃଷି ଓ କୃଷକଙ୍କୁ ଗୁରୁତ୍ୱ: କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ସ୍ତରୀୟ ଯୁଗ୍ମ ବୈଠକ

By

Published : Jul 15, 2021, 10:44 PM IST

କୃଷି ଓ କୃଷକର ଉନ୍ନତି ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସମବାୟ ବିଭାଗ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଏହି ପରିପ୍ରେକ୍ଷୀରେ ଦୁଇ ବିଭାଗ ମଧ୍ୟରେ ଏକାଭିମୁଖିତା ଉପରେ ଗୁରୁତ୍ୱ ଦିଆଯାଇଛି । ଅଧିକ ପଢ଼ନ୍ତୁ...

କୃଷି ଓ କୃଷକଙ୍କୁ ଗୁରୁତ୍ୱ; କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ସ୍ତରୀୟ ଯୁଗ୍ମ ବୈଠକ
କୃଷି ଓ କୃଷକଙ୍କୁ ଗୁରୁତ୍ୱ; କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ସ୍ତରୀୟ ଯୁଗ୍ମ ବୈଠକ

ଭୁବନେଶ୍ବର: କୃଷି ଓ କୃଷକର ଉନ୍ନତି ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସମବାୟ ବିଭାଗ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଏହି ପରିପ୍ରେକ୍ଷୀରେ ଦୁଇ ବିଭାଗ ମଧ୍ୟରେ ଏକାଭିମୁଖିତା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ରାଜ୍ୟ ସ୍ତରରେ ନିୟମିତ ଭାବେ ପ୍ରତି ମାସରେ ଉଭୟ ବିଭାଗର ବରିଷ୍ଠ ଅଧିକାରୀ ସ୍ତରୀୟ ବୈଠକ ଆୟୋଜନ ହେବ । ଏହା ସହିତ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ନିୟମିତ ବୈଠକ କରି ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ଦିଗରେ ପଦକ୍ଷେପ ନିଆଯିବ । ଏହି ପରିପ୍ରେକ୍ଷୀରେ ଉଭୟ ବିଭାଗକୁ ନେଇ ଆଜି(ଗୁରୁବାର) କୃଷି ଭବନରେ ଆୟୋଜିତ ହୋଇଛି ଯୁଗ୍ମ ବୈଠକ ।

କୃଷି ଓ କୃଷକଙ୍କୁ ଗୁରୁତ୍ୱ; କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ସ୍ତରୀୟ ଯୁଗ୍ମ ବୈଠକ

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇଛନ୍ତି । ଚଳିତ ଖରିଫରେ ବିଭାଗ ଦ୍ୱୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିଶଦ ଭାବରେ ଆଲୋଚନା ହୋଇଛି । କୃଷକଙ୍କ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଭୟ ବିଭାଗର ମନ୍ତ୍ରୀ ।

ଓଡ଼ିଶାରେ କୃଷି କାର୍ଯ୍ୟ ପାଇଁ ଅଧିକାଂଶ ଚାଷୀ ସମବାୟ ସଂସ୍ଥା ଉପରେ ନିର୍ଭର କରିଥାନ୍ତି । ଫସଲ ଋଣଠାରୁ ଆରମ୍ଭ କରି ବିହନ, ସାର ଆଦି ସମବାୟ ବିଭାଗ ଅଧୀନସ୍ଥ ସୋସାଇଟି ମାଧ୍ୟମରେ ଯୋଗାଇ ଦେଇଥାଏ । ଫସଲ ଋଣ ପାଇଁ ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟ ୯୦୦୦ କୋଟି ଟଙ୍କା ବ୍ୟୟ ଧାର୍ଯ୍ୟ କରାଯାଇଛି । ଅଦ୍ୟାବଧି ୧୨ ଲକ୍ଷ ୭୬ ହଜାର ୪୪୫ ଜଣ ଚାଷୀଙ୍କୁ ୫ ହଜାର ୮୦୨ କୋଟି ଟଙ୍କା ଋଣ ବାବଦରେ ଯୋଗାଇ ଦିଆଯାଇଛି ।

ଫସଲ ଋଣ ପ୍ରଦାନ ଦିଗରେ ଯୁଗ୍ମ ଦେୟ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦେବା ପାଇଁ ସମବାୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚାଷ କାର୍ଯ୍ୟ, ଫସଲ ଅମଳ ଓ ଫସଲର ବିକ୍ରିବଟା ନେଇ ସମବାୟ ବିଭାଗ ଚାଷୀମାନଙ୍କ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଚାଷୀଙ୍କର ଆବଶ୍ୟକତାକୁ ପୂରଣ କରିବା ଦିଗରେ ଉଭୟ କୃଷି ଓ ସମବାୟ ବିଭାଗ ସର୍ବଦା ମିଳିତ ପ୍ରୟାସ କରିବା ଉଚିତ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି । କୃଷି କାର୍ଯ୍ୟରେ ବୈଷୟିକ ଜ୍ଞାନକୌଶଳ ଓ ଯନ୍ତ୍ରପାତିର ବହୁଳ ବ୍ୟବହାର ଉପରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି ।

ଚଳିତ ଖରିଫରେ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ଚାଷୀମାନଙ୍କୁ ଅଦ୍ୟାବଧି ୩ ଲକ୍ଷ ୬୦ ହଜାର କ୍ୱିଣ୍ଟାଲ ବିହନ ଯୋଗାଇ ଦିଆଯାଉଛି । ଆଉ ୧ ଲକ୍ଷ କ୍ୱିଣ୍ଟାଲ ବିହନକୁ ପ୍ୟାକ୍ସଗୁଡ଼ିକୁ ତୁରନ୍ତ ପ୍ରେରଣ କରିବା ପାଇଁ କୃଷି ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଚାଷୀମାନଙ୍କୁ ଠିକ୍‌ ସମୟରେ ପର୍ଯ୍ୟାପ୍ତ ପରିମାଣ ସାର ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ ପଞ୍ଜିକୃତ ଚାଷୀଙ୍କଠାରୁ ଖରିଫ ଋତୁ ୨୦୨୦-୨୧ରେ ରେକର୍ଡ ପରିମାଣର ଧାନ ସଂଗ୍ରହ କରି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପ୍ରେରଣ କରିଛି ।

ଜୁଲାଇ ୧୫ ତାରିଖଠାରୁ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଚାଷୀମାନଙ୍କ ଅନ୍‌ଲାଇନ୍‌ ପଞ୍ଜିକରଣ ଆରମ୍ଭ ହୋଇଛି । ଅଧିକରୁ ଅଧିକ ଚାଷୀ ଯେପରି ସେମାନଙ୍କର ନାମ ପଞ୍ଜିକରଣ କରିପାରିବେ ସେଥି ପାଇଁ ଗ୍ରାମାଞ୍ଚଳରେ ବ୍ୟାପକ ପ୍ରଚାରର ଆବଶ୍ୟକତା ରହିଛି । ନିର୍ଭୁଲ ଚାଷୀ ପଂଜୀକରଣ ପ୍ରସ୍ତୁତ ନିମନ୍ତେ ଯାଞ୍ଚ କାର୍ଯ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏଥି ସହିତ ଫସଲର ବିବିଧିକରଣ କରି ଅଣଧାନ ଚାଷରେ ଚାଷୀମାନେ ଯେପରି ଅଧିକ ଅର୍ଥ ଉପାର୍ଜନ କରିପାରିବେ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ଦିଗରେ ବୈଠକରେ ଆଲୋଚନା ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details