ଓଡିଶା

odisha

ETV Bharat / city

France Delegation: ପୁରୁଣା ଭୁବନେଶ୍ବରରେ ଉଚ୍ଚସ୍ତରୀୟ ଫ୍ରାନ୍ସ ପ୍ରତିନିଧି, ଲିଙ୍ଗରାଜ ବୁଲିଲେ ସମୀକ୍ଷା କଲେ - ଭୁବନେଶ୍ୱରରେ ଫ୍ରାନ୍ସ ପ୍ରତିନିଧି

କନସୁଲେଟ୍ ଜେନେରାଲଙ୍କ ନେତୃତ୍ୱରେ ସ୍ମାର୍ଟ ସିଟି ଭୁବନେଶ୍ୱର(Smart City Bhubaneswar) ପରିଦର୍ଶନ କଲେ ଉଚ୍ଚ ସ୍ତରୀୟ ଫରାସୀ ପ୍ରତିନିଧି(High Level France Delegation) । ଅଧିକ ପଢନ୍ତୁ

ଭୁବନେଶ୍ୱର ସ୍ମାର୍ଟ ସିଟି ପରିଦର୍ଶନ କଲେ ଉଚ୍ଚ ସ୍ତରୀୟ ଫରାସୀ ପ୍ରତିନିଧୀ
ଭୁବନେଶ୍ୱର ସ୍ମାର୍ଟ ସିଟି ପରିଦର୍ଶନ କଲେ ଉଚ୍ଚ ସ୍ତରୀୟ ଫରାସୀ ପ୍ରତିନିଧୀ

By

Published : Nov 30, 2021, 8:32 AM IST

Updated : Nov 30, 2021, 1:56 PM IST

ଭୁବନେଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ୱର(Smart City Bhubaneswar) ପରିଦର୍ଶନ କଲେ ଉଚ୍ଚ ସ୍ତରୀୟ ଫରାସୀ ପ୍ରତିନିଧି(High Level France Delegation) । କୋଲକାତାର ଫ୍ରାନ୍ସର କନସୁଲେଟ ଜେନେରାଲ, ଫ୍ରାନ୍ସର ଦୂତାବାସ, ଫ୍ରେଞ୍ଚ ଡେଭଲପମେଣ୍ଟ ଏଜେନ୍ସି (AFD) ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଅର୍ବାନ ଆଫାୟାର୍ସ (NIUA) ର ଉଚ୍ଚସ୍ତରୀୟ ଫ୍ରେଞ୍ଚ ପ୍ରତିନିଧି ଦିଦିଅର ତାଲପେନଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ସଞ୍ଜୟ କୁମାର ସିଂ ସହରରେ ଇନୋଭେଟ୍ ଇଣ୍ଟିଗ୍ରେଟ୍ ଆଣ୍ଡ ସଷ୍ଟେନ (CITIIS) କାର୍ଯ୍ୟକ୍ରମର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ।

ଭୁବନେଶ୍ୱର ସ୍ମାର୍ଟ ସିଟି ପରିଦର୍ଶନ କଲେ ଉଚ୍ଚ ସ୍ତରୀୟ ଫରାସୀ ପ୍ରତିନିଧୀ
ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଏହି ପ୍ରତିନିଧି ମନ୍ଦିର ସହ ସହରରେ ଥିବା ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି CITIIS ଦଳ ସହ କଥାବାର୍ତ୍ତା କରିଛନ୍ତି। ସେମାନେ ବିଡିଏ ସିଟି ସେଣ୍ଟର୍ (ନିକ୍କୋ ପାର୍କ) ଭିତରେ ସହରୀ କୃଷିର କୁଇକ୍ ୱିନ୍ ପ୍ରୋଜେକ୍ଟ ସାଇଟ୍ ପରିଦର୍ଶନ କରିଥିବାବେଳେ ଡ୍ରାଇଭ୍ ମାଧ୍ୟମରେ ସଚିବାଳୟ ମାର୍ଗ ଏବଂ ବିଦ୍ୟୁତ ମାର୍ଗ୍ ଦେଖିଥିଲେ । ଯେଉଁଠାରେ NMT ପ୍ରାୟୋରିଟି ନେଟୱର୍କ କାର୍ଯ୍ୟକାରୀ ହେଉଛି ।
ଭୁବନେଶ୍ୱର ସ୍ମାର୍ଟ ସିଟି ପରିଦର୍ଶନ କଲେ ଉଚ୍ଚ ସ୍ତରୀୟ ଫରାସୀ ପ୍ରତିନିଧୀ
ଏହି ପ୍ରତିନିଧି ଦଳ ପ୍ରସ୍ତାବିତ ସ୍ମାର୍ଟ ପାର୍କ ଅନ୍ ଡିମାଣ୍ଡ (PoD) ପାଇଁ ସୁର୍ଯ୍ୟନଗରର ମମତାଜ ଅଲି ପାର୍କ ପରିଦର୍ଶନ କରିଥିବାବେଳେ ଓଲ୍ଡ ଟାଉନ୍ ଅଞ୍ଚଳରେ ଥିବା ଐତିହ୍ୟ କ୍ଷେତ୍ର ମଧ୍ୟ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। CITIIS ଅଧୀନରେ ପାଞ୍ଚଟି ଐତିହ୍ୟ ପୋଖରୀ ଯଥା ଦେବୀ ପାଦହାରା, ଗଙ୍ଗା ଜାମୁନା, କୋଟୀତୀର୍ଥେଶ୍ୱର, ଗୋଦାବରୀ କୁଣ୍ଡ ଏବଂ ଗୋଡିପୋଖରୀକୁ ନବୀକରଣ ପାଇଁ ଅନ୍ତର୍ଭୁକ୍ତ କରାଯାଇଛି । ସେମାନେ ଏକାଦଶ ଶତାବ୍ଦୀର ପ୍ରତୀକାତ୍ମକ ସ୍ମାରକୀ - ଲିଙ୍ଗରାଜ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ । ଜେନେରାଲ ମ୍ୟାନେଜର (ବିଏସସିଏଲ) କମଲଜିତ ଦାସ ପ୍ରତିନିଧିଙ୍କ ସମଗ୍ର ପରିଦର୍ଶନକୁ ସଂଯୋଜନା କରିଥିଲେ।ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏକ ପ୍ରସ୍ତୁତି କିମ୍ବା ପରିପକ୍ୱତା ପର୍ଯ୍ୟାୟ ଦେଇ ସହର ଭୁବନେଶ୍ୱରରେ କାର୍ଯ୍ୟାନ୍ୱୟନ ପର୍ଯ୍ୟାୟରେ ପ୍ରବେଶ କରିଛି ଏବଂ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ଅଛି ।CITIIS କାର୍ଯ୍ୟକ୍ରମ ଅଧୀନରେ ଶାରୀରିକ କାର୍ଯ୍ୟକଳାପର ସ୍ତର ହ୍ରାସର ସମସ୍ୟାକୁ ସମାଧାନ କରିବାବେଳେ, ଷ୍ଟ୍ରିଟ୍, ୱାଟର, ପାର୍କ ଏବଂ ଓପନ୍ ସ୍ପେସ୍, କ୍ରୀଡା ଏବଂ ଖେଳ ପଡିଆ ସମେତ ସହରର ବିଭିନ୍ନ ସମ୍ପତ୍ତି (ଉପାଦାନ) ପାଇଁ ଖୋଲା ସ୍ଥାନଗୁଡିକର ବ୍ୟବହାରକୁ ସର୍ବାଧିକ କରିବା ପାଇଁ ଏକ ସ୍ମାର୍ଟ ଆକ୍ଟିଭ୍ ଲିଭିଂ ଷ୍ଟ୍ରାଟେଜୀ, ଏବଂ ଐତିହାସିକ ପୁଷ୍କରିଣୀ ମାନଙ୍କର ରକ୍ଷଣା ବେକ୍ଷଣ କରାଯିବ ।ଭୁବନେଶ୍ୱର ପାଇଁ ଏହି ପ୍ରସ୍ତାବଟି ବି-ଆକ୍ଟିଭ୍ ଭାବରେ ନାମିତ ହୋଇଛି, ଯାହା ସହରକୁ ଭବିଷ୍ୟତର କ୍ରୀଡା ରାଜଧାନୀ କରିବା ଏବଂ ନାଗରିକମାନଙ୍କୁ ଏକ ଅଂଶଗ୍ରହଣକାରୀ ଭୂମିକା ପାଇଁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ଏବଂ ଏହିପରି କାର୍ଯ୍ୟକଳାପ ଭିତ୍ତିକ ନାଗରିକ ଯୋଗଦାନ ମଧ୍ୟ କ୍ରୀଡା ଏବଂ ଆଥଲେଟିକ୍ସରେ ନୂତନ ପ୍ରତିଭା ଆବିଷ୍କାର ଏବଂ ପୋଷଣ କରିବ ।

ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ

Last Updated : Nov 30, 2021, 1:56 PM IST

ABOUT THE AUTHOR

...view details