ଓଡିଶା

odisha

ETV Bharat / city

ପୋଲିସକୁ ଭୁଆଁ ଵୁଲାଇ ଫସିଗଲେ ଫାଇନାନ୍ସ କର୍ମଚାରୀ, ନିଜେ ଲୁଟି ଛିନତାଇର କରିଥିଲେ ଅଭିଯୋଗ - ଫାଇନାସ୍ସ କମ୍ପାନୀ କର୍ମଚାରୀ ଗିରଫ

ଭୁବନେଶ୍ବରରୁ ଫାଇନାସ୍ସ କମ୍ପାନୀର କର୍ମଚାରୀ ଗିରଫ । ନିଜେ ଟଙ୍କା ଲୁଟ କରି କରୁଥିଲେ ନାଟକ । ପୋଲିସ ଆଗରେ ମାନିଲା ସତ । ଅଧିକ ପଢନ୍ତୁ...

ପୋଲିସକୁ ଭୁଆଁଵୁଲାଇଲା ; ପରେ ବନ୍ଧାହେଲା, ନିଜେ ଟଙ୍କା ଲୁଚାଇ ଛଡେଇ ନେବାର ଅଭିଯୋଗ କରିଥିଲା
ପୋଲିସକୁ ଭୁଆଁଵୁଲାଇଲା ; ପରେ ବନ୍ଧାହେଲା, ନିଜେ ଟଙ୍କା ଲୁଚାଇ ଛଡେଇ ନେବାର ଅଭିଯୋଗ କରିଥିଲା

By

Published : Sep 8, 2021, 10:10 AM IST

ଭୁବନେଶ୍ବର : କାନ୍ଦି କାନ୍ଦି ଥାନାରେ ପହଞ୍ଚିଲା । ବାଟରେ ଟଙ୍କା ଛଡେଇ ନେଇଗଲାର ଅଭିଯୋଗ କଲା। ଦୁଇ ଦିନ ଧରି ପୋଲିସକୁ ଟଙ୍କା ଲୁଟପାଟ ହୋଇଥିବା ନେଇ କହିଲା। ଯାହାକୁ ଆଧାର କରି ପୋଲିସ ମାମଲା ରୁଜୁ କଲା। ଆଉ ତଦନ୍ତ ବେଳେ ପୋଲିସକୁ ଛିନତାଇ ହୋଇଥିବା ସ୍ଥାନ ଦେଖାଇ ଭୁଆଁ ବୁଲାଇଲା। ହେଲେ ପୋଲିସ ଆଗରେ ଅଧିକ ସମୟ‌ ତିଷ୍ଠିପାରିଲାନି। ପୋଲିସର କ୍ରସ ଭେରିଫେକସନ ଯାଞ୍ଚ ବେଳେ ସଵୁ ସତ ଓଗାଳିଥିଲା ନିଜେ ଫାଇନାନ୍ସ କମ୍ପାନୀର କର୍ମଚାରୀ ।

ପୋଲିସକୁ ଭୁଆଁଵୁଲାଇଲା ; ପରେ ବନ୍ଧାହେଲା, ନିଜେ ଟଙ୍କା ଲୁଚାଇ ଛଡେଇ ନେବାର ଅଭିଯୋଗ କରିଥିଲା

ସଂସ୍ଥାର କଲେକ୍ସନ ଏଜେଣ୍ଟ ଟଙ୍କା ଲୋଭରେ ନିଜ ପାଖରେ ରଖି ଚନ୍ଦକା ଥାନା ଅନ୍ଧାରୁଆ ପାଖରେ କେହି ଛଡେଇ ନେଇଥିବାର ଅଭିନୟ କରିଥିଲା। ଏକ ଘରୋଇ ଫାଇନାସ୍ସ ସଂସ୍ଥାର ଏଜେଣ୍ଟ ଅମର ମହାନ୍ତି ଏମିତି ଏକ ନାଟକ ରଚି ଶେଷରେ ପୋଲିସ ହାତରେ ଧରାପଡିଛି । ଯାହାକୁ ନେଇ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ପୋଲିସର ସୂଚନା ଅନୁସାରେ ଅମର ଗତ ୫ ତାରିଖରେ ଫାଇନାନ୍ସ କମ୍ପାନୀର ୧ ଲକ୍ଷ ୩୯ ହଜାର ଟଙ୍କା ବ୍ୟାଙ୍କରେ ଡିପୋଜିଟ କରିବାକୁ କମ୍ପାନୀ କର୍ତ୍ତୃପକ୍ଷ ଦେଇଥିଲେ । ବ୍ୟାଙ୍କରେ ଟଙ୍କା ଡିପୋଜିଟ ନକରି ନିଜ ପାଖରେ ରଖିଥିଲା ଅମର ।

ଟଙ୍କା ଡିପୋଜିଟ କରିବାକୁ ଗଲା ବେଳେ ରାସ୍ତାରେ ୨ ଜଣ ଲୁଟେରା ଆକ୍ରମଣ କରି ୧ ଲକ୍ଷ ୮୦ ହଜାର ଟଙ୍କା ଛଡେଇ ନେଇଗଲେ ବୋଲି ଥାନାରେ ସେ ଅଭିଯୋଗ କରିଥିଲା । ପୋଲିସ ସମ୍ପୃକ୍ତ ସଂସ୍ଥାକୁ ଯାଇ ତଦନ୍ତ କଲା ବେଳେ ୧ ଲକ୍ଷ ୪୦ ହଜାର ଟଙ୍କା ଡିପୋଜିଟ ପାଇଁ ଦିଆ ହୋଇଥିବା କଥା କହିଥିଲେ । ଏପରିକି ଅମର ତାର ବ୍ୟାଗକୁ ଛଡେଇ ନେଇଗଲେ ଅର୍ଥାତ ସେହି ପିଲା ଦୁଇ କାନ୍ଧରେ ବ୍ୟାଗ ପକାଇଥିବା ବେଳେ ବ୍ୟାଗ ତା ପାଖରେ ଥିଲା। ଛଡେଇବା ବେଳେ ବ୍ୟାଗ ନ ନେଇ ବ୍ୟାଗ ଭିତରୁ ଟଙ୍କା କାଢିନେବା ପୋଲିସର ସନ୍ଦେହକୁ ଅଧିକ ଘନିଭୂତ କରିଥିଲା।

ପରେ ଅମରକୁ ଡାକି ପଚରାଉଚରା କରିବା ପରେ ସତ ସାମ୍ନକୁ ଆସିଥିଲା । ଅମର ଠାରୁ ୧ ଲକ୍ଷ ୩୯ ହଜାର ଟଙ୍କା ଜବତ କରିଛି ପୋଲିସ । ସେପେଟେ ଫାଇନାନ୍ସ କମ୍ପାନୀର ଅର୍ଥ ବୀମା ଅନ୍ତଭୁକ୍ତ ଥିବାରୁ କର୍ମଚାରୀ ମାନେ ଏଭଳି ଟଙ୍କା ଲୁଟ ଯୋଜନା କରୁଛନ୍ତି ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details