ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଗଣବାଦ୍ୟ ଓ କୋରାପୁଟ ଜିଲ୍ଲାର ଦରୁଆ ଜନଜାତିର ଢେମଶା ନୃତ୍ୟ ଓ ସଙ୍ଗୀତରେ ଦୁଲୁକିଲା ରବୀନ୍ଦ୍ରମଣ୍ଡପ । ଓଡିଶାର ଲୋକକଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ପ୍ରତି ମାସରେ ଗୋଟିଏ ଦିନ ରାଜଧାନୀ ଭୁବନେଶ୍ବରରେ ଏହି ଉତ୍ସବର ଆୟୋଜନ କରାଯାଇଥାଏ ।
ଆଦିବାସୀ ବାଦ୍ୟ ଓ ନୃତ୍ୟରେ ଦୁଲୁକିଲା ରବୀନ୍ଦ୍ର ମଣ୍ଡପ - A festival of Tribal dance and music held in Bhubaneswar
କଳାହାଣ୍ଡର ପ୍ରସିଦ୍ଧ ଗଣବାଦ୍ୟ ଓ କୋରାପୁଟର ଦରୁଆ ଜନଜାତିର ଢେମଶା ନୃତ୍ୟ ଓ ସଙ୍ଗୀତରେ ଦୁଲୁକିଲା ରବୀନ୍ଦ୍ରମଣ୍ଡପ।ଲୋକକଳା ଓ ସଂସ୍କୃତିକୁ ବଜାୟ ରଖିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ଉତ୍ସବର ଆୟୋଜନ କରାଯାଇଥାଏ ବୋଲି ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଲୋକକଳା ଓ ସଂସ୍କୃତିର ଶିଳ୍ପୀଙ୍କ ଆର୍ଥିକ ଓ ସାମାଜିକ ସ୍ବୀକୃତି ପାଇଁ ଏହା ଆଉ ଏକ ପ୍ରୟାସ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ