ଓଡିଶା

odisha

ETV Bharat / city

ନାଟକ 'ହେ ସ୍ରଷ୍ଟା' ରେ ଫୁଟି ଉଠିଲା କୃଷକଙ୍କ ଦୁଃଖ - a farmer strugle life seen in acting

ଭୁବନେଶ୍ବର ସ୍ଥିତ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଏହି ନାଟକ ପରିବେଷଣ କରାଯାଇଛି । ନାଟ୍ୟ ସଙ୍ଘର ନିୟମିତ ନାଟକ କାର୍ଯ୍ୟକ୍ରମରେ ଭୁବନେଶ୍ବରର ପଞ୍ଚଧ୍ବନୀ ନାଟ୍ୟ ପରିଷଦ ପକ୍ଷରୁ ଏହାକୁ କରାଯାଇଛି ।

rabindra mandap
ନାଟକରେ ଫୁଟି ଉଠିଲା କୃଷକଙ୍କ ଦୁଃଖ

By

Published : Dec 9, 2019, 4:24 AM IST

ଭୁବନେଶ୍ବର: 'ଜୟ ଯବାନ ଜୟ କିଷାନ'କୁ ନେଇ ଏହି ସ୍ଲୋଗାନ ସମସ୍ତଙ୍କୁ ଅବଗତ । ମାତ୍ର ଏହି ସ୍ଲୋଗାନରେ କୃଷକ ଓ ଯବାନ ମାନଙ୍କ ଅବଦାନ କଥା କୁହାଯାଉ ଥିବାବେଳେ ଯେତିକି ସମ୍ମାନ ଓ ଆଦର ଜଣେ ସୈନିକକୁ ମିଳେ, ସେହି ସ୍ଥାନରେ ଜଣେ କୃଷକ ସବୁବେଳେ ଉପକ୍ଷିତ ହୁଏ । ଯାହାକୁ ନାଟକ 'ହେ ସ୍ରଷ୍ଟା' ଦ୍ବାରା ନିଖୁଣ ଭାବରେ ବର୍ଣ୍ଣନା କରାଯାଇଛି ।

ନାଟକରେ ଫୁଟି ଉଠିଲା କୃଷକଙ୍କ ଦୁଃଖ

ଭୁବନେଶ୍ବର ସ୍ଥିତ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଏହି ନାଟକ ପରିବେଷଣ କରାଯାଇଛି । ନାଟ୍ୟ ସଙ୍ଘର ନିୟମିତ ନାଟକ କାର୍ଯ୍ୟକ୍ରମରେ ଭୁବନେଶ୍ବରର ପଞ୍ଚଧ୍ବନୀ ନାଟ୍ୟ ପରିଷଦ ପକ୍ଷରୁ ଏହାକୁ କରାଯାଇଛି । ଏହି ନାଟକର ସ୍ରଷ୍ଟା ନାଟ୍ୟକାର ପଞ୍ଚାନନ ଦାସ ହୋଇଥିବାବେଳେ ଏହାକୁ ନିର୍ଦ୍ଦେଶନା ଦ୍ବାରା ରୁଦ୍ଧିମନ୍ତ କରିଛନ୍ତି ଦୀପ୍ତିରଞ୍ଜନ ଦାସ ।

ଏହି ନାଟକଟି ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନ ଦେବା ସହିତ କୃଷକର ଦୁଃଖ ଓ ସମାଜର କୃଷକ ପ୍ରତି ଅବହେଳାକୁ ଖୁବ ନିଖୁଣ ଭାବେ ମଞ୍ଚରେ ଉପସ୍ଥାପନ କରାଯାଇଥିଲା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details