ଓଡିଶା

odisha

ETV Bharat / city

ସୋସିଆଲ ମିଡିଆରେ ବୁଲୁଛି କଲେଜ ଖୋଲିବା ନେଇ ଫେକ ଚିଠି - odisha college reopens fake letter

ଫେବୃଆରୀ ୧୦ରୁ କଲେଜ ଏବଂ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ନକଲି ଚିଠି ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହା କି ଏ ଚିଠି ମିଥ୍ୟା ବୋଲି ଆଜି ଟ୍ବିଟ କରି ସୂଚନା ଦେଇଛି ଶିକ୍ଷା ବିଭାଗ । ଅଧିକ ପଢନ୍ତୁ

ସୋସିଆଲ ମିଡିଆରେ ବୁଲୁଛି କଲେଜ ଖୋଲିବା ନେଇ ଫେକ ଚିଠି
ସୋସିଆଲ ମିଡିଆରେ ବୁଲୁଛି କଲେଜ ଖୋଲିବା ନେଇ ଫେକ ଚିଠି

By

Published : Jan 30, 2022, 11:30 AM IST

ଭୁବନେଶ୍ବର:ବାର୍ତ୍ତା ବାଣ୍ଟିବାରେ ସୋସିଆଲ ମିଡିଆ ଭୂମିକା ନିର୍ବାହ କରିଥାଏ । ମାତ୍ର କିଛି ସମୟ ଭିତରେ ଲୋକଙ୍କ ପାଖରେ ସୂଚନା ପହଞ୍ଚାଇବାରେ ସୋସିଆଲ ମିଡିଆ ସହାୟକ ହୋଇଥାଏ । ହେଲେ କେହି କେହି ସୋସିଆଲ ମିଡିଆର ଅପବ୍ୟବହାର କରୁଛନ୍ତି । ଫେବୃଆରୀ ୧୦ରୁ କଲେଜ ଏବଂ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ନକଲି ଚିଠି ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହା କି ଏ ଚିଠି ମିଥ୍ୟା ବୋଲି ଆଜି ଟ୍ବିଟ କରି ସୂଚନା ଦେଇଛି ଶିକ୍ଷା ବିଭାଗ ।

ସୋସିଆଲ ମିଡିଆରେ ବୁଲୁଛି କଲେଜ ଖୋଲିବା ନେଇ ଫେକ ଚିଠି

ଘଟଣା ନେଇ ଉଚ୍ଚ ଶିକ୍ଷା ବିଭାଗ ଟ୍ବିଟ କରି କହିଛି, 10 ଫେବୃଆରୀ 2022 ରୁ କଲେଜ ଏବଂ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ସୋସିଆଲ ମିଡିଆରେ ଏକ ନକଲି ଚିଠି ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତିକୁ ସୂଚିତ କରୁଛି । ରାଜ୍ୟ ସରକାର ଏଭଳି କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି । ଏହା ଏକ ମିଥ୍ୟା ତଥ୍ୟଭିତ୍ତିକ ଚିଠି ଏହାକୁ ବିଶ୍ବାସ ନ କରାଯାଉ । ତେବେ ଏପରି ଚିଠି କିଏ ଓ କାହିଁକି ସୋସିଆଲ ମିଡିଆରେ ପ୍ରସାରିତ କରିଛି ତାହା ସ୍ପଷ୍ଟ ହୋଇନାହିଁ । ତଦନ୍ତ ପରେ ଜଣାପଡିବ ପ୍ରକୃତ କାରଣ କଣ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details