ଓଡିଶା

odisha

ETV Bharat / city

ଓଡ଼ିଶାର ପ୍ରଗତି-ପ୍ରଶାସନିକ ବ୍ୟବସ୍ଥାରେ ଆକୃଷ୍ଟ ମିତ୍ରରାଷ୍ଟ୍ର, ସାମରିକ ଅଧିକାରୀ ନେବେ ଶିକ୍ଷା - ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନର ଶିକ୍ଷାନବିସ

5 ଦିନିଆ ଓଡିଶା ଗସ୍ତରେ ମିତ୍ରରାଷ୍ଟ୍ରର ସାମରିକ ଅଧିକାରୀ । ରାଜ୍ୟର ଆର୍ଥିକ ପ୍ରଗତି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବାବଦରେ ଏମାନଙ୍କୁ ଅଧିକ ଜାଣିବାକୁ ରଖିଛନ୍ତି ଲକ୍ଷ୍ୟ । ଅଧିକ ପଢନ୍ତୁ..

5 ଦିନିଆ ଓଡିଶା ଗସ୍ତରେ ବିଭିନ୍ନ ଦେଶର   ସାମରିକ ଅଧିକାରୀ
5 ଦିନିଆ ଓଡିଶା ଗସ୍ତରେ ବିଭିନ୍ନ ଦେଶର ସାମରିକ ଅଧିକାରୀ

By

Published : Apr 7, 2021, 6:17 AM IST

ଭୁବନେଶ୍ବର: 5 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନର ଶିକ୍ଷାନବିସଙ୍କ ସହ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, କାଜିକସ୍ତାନ, ଇଜିପ୍ଟ, କେନିଆ ଭଳି ମିତ୍ରରାଷ୍ଟ୍ରର ବରିଷ୍ଠ ସାମରିକ ଅଧିକାରୀ । ରାଜ୍ୟର ଆର୍ଥିକ ପ୍ରଗତି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବାବଦରେ 5 ଦିନିଆ ଭିତରେ ଏମାନେ ଜ୍ଞାନ ଆହରଣ କରିବେ । ମଙ୍ଗଳବାର ଏହି ଟିମ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

5 ଦିନିଆ ଓଡିଶା ଗସ୍ତରେ ବିଭିନ୍ନ ଦେଶର ସାମରିକ ଅଧିକାରୀ

ଓଡ଼ିଶାର ଆର୍ଥିକ ପ୍ରଗତି, ଗମନାଗମନ ସୁବିଧା, ଭିତ୍ତିଭୂମି, ଶିଳ୍ପାୟନ, ଦକ୍ଷ ଓ କୁଶଳୀ ମାନବସମ୍ବଳ ସୃଷ୍ଟି ଆଦି କ୍ଷେତ୍ରରେ ହୋଇଥିବା ଦ୍ରୁତ ବିକାଶ ବିଷୟରେ ମୁଖ୍ୟ ଶାସନ ସଚିବ ସେମାନଙ୍କୁ ଅବଗତ କରାଇଛନ୍ତି । 1999 ମହାବାତ୍ୟା ଓଡ଼ିଶାର ମେରୁଦଣ୍ଡ ଦୋହଲାଇ ଦେଇଥିଲା । ଏହି ପ୍ରଭୂତ କ୍ଷୟକ୍ଷତି ପରେ ରାଜ୍ୟ ସରକାରଙ୍କ ଦୃଢ଼ ନିଷ୍ପତ୍ତି, ସାମୂହିକ ପ୍ରଚେଷ୍ଟା ଏବଂ ସ୍ଵଚ୍ଛ ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ଗତ 22 ବର୍ଷ ମଧ୍ୟରେ ଓଡ଼ିଶା ସଶକ୍ତ ହୋଇଛି । ଓଡ଼ିଶାର ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଗମନାଗମନ ଓ ସାମାଜିକ ନିରାପତ୍ତା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି ବୋଲି ମୁଖ୍ୟ ଶାସନ ସଚିବ ସେମାନଙ୍କୁ ସୂଚନା ଦେଇଛନ୍ତି ।

5 ଦିନିଆ ଓଡିଶା ଗସ୍ତରେ ବିଭିନ୍ନ ଦେଶର ସାମରିକ ଅଧିକାରୀ
ଜୈବ ବିବିଧତା ଏବଂ ରାଜ୍ୟର ୪୦ ଭାଗରୁ ଉର୍ଦ୍ଧ୍ବ ଭୂମିରେ ସବୁଜ ଜଙ୍ଗଲ ସହ ବକ୍ସାଇଟ୍, ଲୁହାପଥର, ନିକେଲ ଆଦି ଖଣିଜ ପଦାର୍ଥ ଏବଂ ସାମୁଦ୍ରିକ ସଂପଦରେ ଓଡ଼ିଶା ସମୃଦ୍ଧ । ବର୍ତ୍ତମାନ ରାଜ୍ୟ କୃଷି ଅର୍ଥନୀତିରୁ ଶିଳ୍ପ - ଅର୍ଥନୀତି ଆଡକୁ ଦ୍ରୁତ ଅଗ୍ରସର ହେଉଛି । ପ୍ରଶାସନିକ ସଂସ୍କାର ଏବଂ ନାଗରିକ-କେନ୍ଦ୍ରିକ ଯୋଜନା ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି ବୋଲି ସୁରେଶ କହିଛନ୍ତି ।ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ୧୯୯୯ ଏବଂ ୨୦୨୦ ମସିହାରେ ଓଡ଼ିଶାର ଏକ ତୁଳନାତ୍ମକ ତଥ୍ୟ ପ୍ରଦାନ କରିଛନ୍ତି । ମହାବାତ୍ୟାରୁ ମିଳିଥିବା ଶିକ୍ଷା ପ୍ରଗତିର ସହାୟକ ହୋଇଛି ବୋଲି ପ୍ରଦୀପ କହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଅନେକ ଆନ୍ତର୍ଜାତିକ ସ୍ବୀକୃତି ହାସଲ କରିବା ସହ ଅନ୍ୟ ପଡ଼ୋଶୀ ରାଜ୍ୟମାନଙ୍କୁ ସହାୟତା ଯୋଗାଇବାରେ ସମର୍ଥ ହୋଇଛି ବୋଲି ପ୍ରଦୀପ କହିଛନ୍ତି ।ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାର ପର୍ଯ୍ୟାପ୍ତ ସୁଯୋଗ ଏବଂ ବ୍ୟବସାୟ - ଅନୁକୂଳ - ପ୍ରଶାସନିକ ବ୍ୟବସ୍ଥା ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ଇପିକଲର ପରିଚାଳନା ନିର୍ଦ୍ଦେଶକ ଡ. ନିତୀନ ଭାନୁଦାସ ଜାୱାଲେ । ପ୍ରକ୍ରିୟାଗତ ସଂସ୍କାର ଯୋଗୁଁ ଓଡ଼ିଶା ଆଜି ପୁଞ୍ଜି ନିବେଶ କ୍ଷେତ୍ରରେ ଦେଶର ଆଗୁଆ ରାଜ୍ୟ ହୋଇପାରିଛି । ଓଡ଼ିଶାର କୁଶଳୀ ମାନବସମ୍ବଳ ଏବଂ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଆନୁଷ୍ଠାନିକ ବ୍ୟବସ୍ଥା ବିଷୟରେ ଶିକ୍ଷାନବିସମାନଙ୍କୁ ଅବଗତ କରିଛନ୍ତି ବୈଷୟିକ ଶିକ୍ଷା ଏବଂ କୌଶଳ ବିକାଶ ବିଭାଗ ଶାସନ ସଚିବ ସଂଜୟ କୁମାର ସିଂ । ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍କିଲଡ୍ ଇନ୍ ଓଡ଼ିଶା ଏବଂ ସ୍କିଲଡ଼୍ ଫର ଫ୍ୟୁଚର ପାଇଁ ଅନେକ ମାନ୍ୟତା ହାସଲ କରିଛି । ଉଚ୍ଚ ମାନର ତାଲିମ ଯୋଗୁଁ ଓଡ଼ିଶାର ଯୁବକ ଯୁବତୀମାନେ ବିଶ୍ୱ ସ୍କିଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଓଡ଼ିଶାରୁ ତାଲିମପ୍ରାପ୍ତ ଯୁବକ-ଯୁବତୀ ବିଭିନ୍ନ କ୍ଷେତ୍ରରେ ନିଜର କର୍ମଦକ୍ଷତା ପ୍ରମାଣ କରିବା ସହ ନିଜର ବୃତ୍ତିଗତ ବିକାଶ ସାଧନ କରିଛନ୍ତି । ଓଡ଼ିଶାର ପର୍ଯ୍ୟଟନ ପ୍ରାଚୁର୍ଯ୍ୟ, ପର୍ଯ୍ୟଟନ ଶିଳ୍ପ ଆଦି ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରନ । ଓଡ଼ିଶାର ଇକୋ - ରିଟ୍ରିଟ୍ , ଇକୋ - ଟୁରିଜିମ୍ ଆଦି ସ୍ଵତନ୍ତ୍ର ପଦକ୍ଷେପ କୋଭିଡ ପ୍ରଭାବିତ ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର କ୍ଷେତ୍ରରେ ଅନେକ ସହାୟକ ହୋଇଛି । ପୌର ନିଗମର ପରିବେଶ ଅନୁକୂଳ ପଦକ୍ଷେପ, ବାସଗୃହ ନିର୍ମାଣ ବ୍ୟବସ୍ଥା, ଦକ୍ଷ ଗମନାଗମନ ଓ ଟେଲି ଯୋଗାଯୋଗ ବ୍ୟବସ୍ଥା, ସ୍ବଚ୍ଛତା ଓ ନିର୍ମଳତା କ୍ଷେତ୍ରରେ ସଫଳ ପଦକ୍ଷେପ ଆଦି ବିଷୟରେ ଶିକ୍ଷାନବିସମାନେ ପଚାରି ବୁଝିଛନ୍ତି । ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନର ୨୦ ଜଣ ଶିକ୍ଷାନବିସ ଓଡ଼ିଶା ଆସିଛନ୍ତି । ଓଡ଼ିଶାର ପ୍ରଗତି ଏବଂ ପ୍ରଶାସନିକ ବ୍ୟବସ୍ଥା ସେମାନଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିଛି । ସେମାନେ ଓଡ଼ିଶାରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରହିବେ । ବିଭିନ୍ନ ସ୍ଥାନ ବୁଲି ବହୁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ମେଜର ଜେନେରାଲ୍ ଏଚ୍.ବି. ପିଲାଇ ଏହି ଦଳର ନେତୃତ୍ବ ନେଉଥିବାବେଳେ ବରିଷ୍ଠ ପୋଲିସ୍‌ ଅଧିକାରୀ ସୁନିତା କାଳରନ୍ତି ଏହାର ସଂଯୋଜନା କରୁଛନ୍ତି । ଏହି ଦଳ ପାରାଦ୍ବୀପ , ଚିଲିକା, ଗଞ୍ଜାମ ଆଦି ସ୍ଥାନ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି । ଖାରବେଳ ଭବନରେ ଆୟୋଜିତ ଏହି ଆଲୋଚନା ଚକ୍ରକୁ ଓଡ଼ିଶାର ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ସଂଯୋଜନା କରିଥିଲେ । ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‌ଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଶିକ୍ଷାନବିସମାନଙ୍କ ସହ ଆଲୋଚନା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details