ଓଡିଶା

odisha

‘କଲାମଙ୍କ ପାଇଁ ଗୋଟିଏ ଦିନ’

By

Published : Oct 15, 2019, 3:49 PM IST

Updated : Oct 15, 2019, 5:05 PM IST

ଭୁବନେଶ୍ବରର ଜୟଦେବ ଭବନଠାରେ ଶୈଶବ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ‘ଗୋଟିଏ ଦିନ କଲାମଙ୍କ ପାଇଁ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

‘କଲାମଙ୍କ ପାଇଁ ଗୋଟିଏ ଦିନ’

ଭୁବନେଶ୍ବର: ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲମ୍ୟାନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିନ। ତାଙ୍କର ଏହି ଜନ୍ମଦିବସରେ କଲାମଙ୍କ ସତେଜ ଅନୁଭୂତି ସମ୍ପର୍କରେ ସ୍ମୃତି ଉଚ୍ଚାରଣ କରାଯାଇଛି ।


ଭୁବନେଶ୍ବରର ଜୟଦେବ ଭବନଠାରେ ଶୈଶବ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ‘ଗୋଟିଏ ଦିନ କଲାମଙ୍କ ପାଇଁ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ 12 ଜଣ ପ୍ରତିଭାଶୀଳ ବ୍ୟକ୍ତିଙ୍କୁ ଏପିଜେ ଅବଦୁଲ କଲାମ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଶ୍ରୀ ପାତ୍ର କଲାମଙ୍କ ଦେଶ ପାଇଁ ଅବଦାନ ଓ ଶିଶୁମାନଙ୍କୁ ତାଙ୍କର ପ୍ରେରଣା ସର୍ବଦା ଉତ୍ସାହିତ କରିବ ବୋଲି କହିଛନ୍ତି ।

‘କଲାମଙ୍କ ପାଇଁ ଗୋଟିଏ ଦିନ’


ସମ୍ମାନିତ ଅତିଥିଭାବେ ନାଇଜରର କୁଳସଚିବ ଡ଼ଃ ଅଭୟ କୁମାର ନାୟକ ଏବଂ ଶ୍ରୀ ଗୋବିନ୍ଦ ରଥ, ସଂସ୍ଥାର ସମ୍ପାଦିକା ବୀଣାପାଣି ଜୟସିଂ, ମୁଖ୍ୟ ବକ୍ତା ମନୋଜ କୁମାର ମହାପାତ୍ର ପ୍ରମୁଖ କଲାମଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Oct 15, 2019, 5:05 PM IST

ABOUT THE AUTHOR

...view details