ଓଡିଶା

odisha

By

Published : Sep 25, 2021, 6:02 PM IST

ETV Bharat / city

ଆସୁଛି ଆଉ ଏକ ଲଘୁଚାପ, ୨୯ରେ ଛୁଇଁବ ଉପକୂଳ

ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗର ପୂର୍ବ କେନ୍ଦ୍ରାଞ୍ଚଳର ଆଉ ଏକ ଲଘୁଚାପ ରୂପଧାରଣ କରିଛି । ଅଧିକ ପଢନ୍ତୁ...

A cyclonic circulation is likely to emerge over Northeast & adjoining Eastcentral Bay of Bengal
ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରର ଉତ୍ତର ପୂର୍ବାଞ୍ଚଳ ଓ ନିକଟବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨୭ ତାରିଖରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୯ ସେପ୍ଟେମ୍ବରରେ ପଶ୍ଚିମବଙ୍ଗ ଉପକୂଳ ଦେଇ ଘୁର୍ଣ୍ଣିବଳୟ ଗତି କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ସୂଚନା ଦେଇଛି ।

ସୂଚନାଥାଉକି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଗୁଲାବ' ପାଇଁ ଦକ୍ଷିଣ ଓଡିଶାର ୭ ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛନ୍ତି ଏସଆରସି। ବିଶେଷ କରି ଗଜପତି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛନ୍ତି ସରକାର । ଏହି ୭ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏସଆରସି ସମସ୍ତ ଜରୁରୀକାଳୀନ ଅଧିକାରୀଙ୍କୁ ଆଲର୍ଟ କରିବା ସହ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details