ଭୁବନେଶ୍ବର: ରାଜଧାନୀରେ ଖେଳିଲା ଚାଞ୍ଚଲ୍ୟ । ବରମୁଣ୍ଡାର ଏକ ନାଳରୁ ମିଳିଛି ଏକ କଟା ଗୋଡ। ପଚିସଢି ଯାଇଥିବା ଅବସ୍ଥାରେ ବରମୁଣ୍ଡା ବ୍ରିଜ କଡ ନାଳରୁ ମିଳିଛି କ୍ଷତାକ୍ତ ଗୋଡଟି। ଶରୀରରୁ ଅଲଗା ହୋଇଥିବା କଟା ଗୋଡଟି ବାମପାର୍ଶ୍ବ ଗୋଡ ବୋଲି ଜଣାପଡିଛି।
ଗୋଡର ଆକାର ଓ ନଖରୁ ଏହା ପୁରୁଷ ଲୋକର ବୋଲି ପୋଲିସ ସନ୍ଦେହ କରିଛି। ତେବେ ଗୋଡଟି କାହାର ଓ ଶରୀରର ଅନ୍ୟ ଅଙ୍ଗ କେଉଁଠି ତାକୁ ନେଇ ବଢି଼ଛି ପୋଲିସ ସନ୍ଦେହ। ଦୁଇ ତିନି ଦିନ ତଳେ ଲୋକଟିର ଗୋଡ କଟା ଯାଇଥିବା ଜଣାପଡିଛି। ତେବେ ବ୍ୟକ୍ତିକୁ ହତ୍ୟା କରାଯାଇ ଏଣେ ତେଣେ ଫିଙ୍ଗାଯାଇଛି ନା ହତ୍ୟା ପରେ କୌଣସି ସ୍ଥାନରେ ପୋତାଯାଇଛି, ଯାହାର ଅଙ୍ଗକୁ କୁକୁର ବା ବିଲୁଆ ଆଣି ଥାଇପାରନ୍ତି ବୋଲି ସନ୍ଦେହ ଉପୁଜିଛି ।